OnaKhabar

ପୁଣି ଲଜ୍ଜା,ଖୋର୍ଦ୍ଧାରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

0 17

ଖୋର୍ଦ୍ଧା: ଦୁଷ୍କର୍ମର ସୀମା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ପୁଣି ଏକ ବର୍ବର କାଣ୍ଡ ଘଟିଛି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଂଚଳରେ | ମନୁଷ୍ୟର କ୍ରୁର କାମନା ଆଗରେ ବଳି ପଡିଛି ମାନବିକତା | ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି ଖୋର୍ଦ୍ଧା ଟାଉନ ଥାନାରେ |ତେବେ ଏନେଇ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି |
ସୂଚନା ଅନୁସାରେ, ଯୁବତୀ ଜଣକ କ୍ରସରରେ କାମ କରନ୍ତି | ତେବେ ଆଜି ସେ କାମ କରୁଥିବା ସମୟରେ ତାଙ୍କ ମା ଘରେ ନଥିଲେ | ଏହାର ସୁଯୋଗ ନେଇ କ୍ରସର ଡ୍ରାଇଭର ଯୁତୀଙ୍କ ସହ ଦୁଷ୍କର୍ମ କରଥିଲେ |ତେବେ ଝିଅଟି କଥା କହିବାରେ ଅକ୍ଷମ ହୋଇଥିବାରୁ ପଡୋଶୀମାନେ କେହି ବି ଜାଣି ପାରି ନଥିଲେ | ପରେ ତାଙ୍କ ମା ଘରକୁ ଫେରିବା ପରେ ମାଙ୍କୁ ସେ ଘଟଣା ବିଷୟରେ କହିଥିଲେ |ଏହା ପରେ ଯୁବତୀଙ୍କ ମା ଖୋର୍ଦ୍ଧା ଟାଉନ ଥାନାରେ ଏ ନେଇ ଅଭିଯୋଗ କରିଥିଲେ |

https://www.onakhabar.com/2019/07/loot-at-bbsr/

Leave A Reply

Your email address will not be published.