OnaKhabar

ପୁରୀ ଦୁଷ୍କର୍ମ ମାମଲା: ବସ୍ ପର୍ମିଟ୍ ବାତିଲ୍

0 14

ପୁରୀ: ମଙ୍ଗଳବାର ପୁରୀରେ ଘଟିଥିବା ଦୁଷ୍କର୍ମର ଆଜି ଆଉ ଏକ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ଯାଇଛି । ବସ୍ ଭିତରେ ଆଦିବାସୀ ନବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଜି ସଂପୃକ୍ତ ବସ୍ ର ରୁଟ ପରମିଟ୍ କୁ ବାତିଲ କରିବା ପାଇଁ ପରିବହନ କମିଶନରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏପରି ନିନ୍ଦନୀୟ କାଣ୍ଡ କରିବାକୁ କିପରି ସମ୍ପୃକ୍ତ ହେଲପର କରିଲା ଓ କିଏ ତାକୁ ଏହି ବସରେ ରହିବାକୁ ଅନୁମତି ଦେଲା । ଏପରି ଅନେକ ପ୍ରଶ୍ନ ଲାଗି ୧୫ ଦିନ ମଧ୍ୟରେ ଉତ୍ତର ଦେବାକୁ ବସ୍ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥସହ ବସର ପରମିଟ୍ କାହିଁକି ସ୍ଥାୟୀ ବାତିଲ କରା ନଯିବ ତାହା ମଧ୍ୟ ଜଣାଇବାକୁ ନୋଟିସ୍ ଜାରି କରାଯାଇଛି । ଏହାସହ ସଂମ୍ପୃକ୍ତ ଡ୍ରାଇଭରଙ୍କ ଓ କଣ୍ଡକ୍ଟରଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.