OnaKhabar

ଗୁରୁବାର ସନ୍ଧ୍ୟା ୭ଟା ପରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

0 12

ପୁରୀ: ଗୁରୁବାର ନବମୀରେ ସନ୍ଧ୍ୟା ଦର୍ଶନ ସରିବା ପରେ ୧୨ ତାରିଖ ଅର୍ଥାତ୍‌ ଶୁକ୍ରବାର ଦିନ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ତେଣୁ ଆସନ୍ତାକାଲି ସନ୍ଧ୍ୟା ୭ଟା ଯାଏ ଶ୍ରୀଜିଉଙ୍କୁ ଲୋକେ ଜନ୍ମବେଦୀରେ ଦର୍ଶନ କରିପାରିବେ । ସନ୍ଧ୍ୟା ୭ଟା ପରେ ଦର୍ଶନ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି । ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ଲାଗି ଶରଧାବାଲିରେ ତିନି ରଥକୁ ଦକ୍ଷିଣମୋଡ଼ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ମଙ୍ଗଳବାର ଶ୍ରୀଜିଉଙ୍କ ପାଖରୁ ଆଜ୍ଞାମାଳ ଆସିବା ପରେ ଅପରାହ୍ଣରେ ମହାପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା । ଏହା ସହିତ ଦୁଇ ରଥକୁ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖକୁ ଅଣାଯାଇଥିଲା । ପରମ୍ପରା ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ନାକଚଣା ଦ୍ୱାରକୁ ଅଣାଯାଇଥିଲା । ଏହାପରେ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ତାଳଧ୍ୱଜ ରଥକୁ ଅଣାଯାଇଥିଲା । ଆଜି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରକୁ ଅଣାଯାଇଛି ।

 

Leave A Reply

Your email address will not be published.