OnaKhabar

ହାରିଲା ଇଣ୍ଡିଆ, ଫାଇନାଲରେ ନ୍ୟୁଜଲ୍ୟାଣ୍ଡ

448

ମ୍ୟାଞ୍ଚେଷ୍ଟର୍: ଶେଷରେ ନିରାଶ ହେଲେ କୋଟି କୋଟି ଭାରତୀୟ ପ୍ରଶଂସକ | ସବୁକିଛି ଜିତିବା ଆଶାରେ ହିଁ ରହିଗଲା । ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଆଜି ଅଟକି ଯାଇଛି । ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି । ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆକୁ ନିରାଶ ହେବାକୁ ମଧ୍ୟ ପଡ଼ିଛି ।
ନ୍ୟୁଜିଲ୍ୟାଣ୍ଡ୍ କ୍ରମାଗତ ଦ୍ୱିତୀୟଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ବର୍ଷା ଯୋଗୁ ଦୁଇଦିନ ଧରି ଚାଲିଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୯ ରନ୍ କରିଥିଲା । ଜବାବରେ ରବୀନ୍ଦ୍ର ଜାଡେଜା (୭୭) ଓ ମହେନ୍ଦ୍ର ସିଂହ ଧୋନି (୫୦)ଙ୍କ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଭାରତ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୧ ରନ୍ କରି ପରାସ୍ତ ହୋଇଛି ।