OnaKhabar

ଭୁବନେଶ୍ୱର ବିମାନ ବନ୍ଦରରୁ ଠାବ ହେଲା ୫ଲକ୍ଷ ଟଙ୍କାର ସୁନା

0 12

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପୁଣି ସୁନା ଜବତ ହୋଇଥିବାର ସୂଚନା ମିଳିଛି | ବାରମ୍ବାର ବେଆଇନ ଭାବେ ସୁନା ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି | ଆଜି ପୁଣି ଜଣେ ଯାତ୍ରୀଙ୍କ ଠାରୁ ସୁନା କଷ୍ଟମ ବିଭାଗ ଜବତ କରିଛି ।
ସୂଚନାନୁସାରେ, ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରୁ ଆଜି ଜଣେ ଯାତ୍ରୀଙ୍କ ଠାରୁ ସୁନା ଜବତ କରାଯାଇଛି । ସୁନା ନେଇ ଜଣେ ଯାତ୍ରୀ ଏୟାର ଏସିଆ ବିମାନରେ ବ୍ୟାଙ୍କକରୁ ଆସୁଥିଲେ । କଷ୍ଟମ ବିଭାଗ ଖବର ପାଇ ଯାତ୍ରୀଙ୍କ ଠାରୁ ୧୫୦ଗ୍ରାମ ସୁନା ଜବତ କରିଛି । ସୁନା ଜବତ ହୋଇଥିବା ଯାତ୍ରୀଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି । ଜବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା । ଏହି ଘଟଣାରେ ଉକ୍ତ ଯାତ୍ରୀଙ୍କୁ ରଖି ପୋଲିସ ପଚରାଉଚରା କରୁଛି । ତେବେ ଏତେମାତ୍ରାର ସୁନା କିପର ଏବଂ କେଉଁଠୁ ଆସିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ |

 

Leave A Reply

Your email address will not be published.