OnaKhabar

ଟିକ୍‌ଟକ୍‌ ରୁ ସିଧା ସିନେମା

0 1

ନୂଆଦିଲ୍ଳୀ: ସୋଶିଆଲ ମିଡିଆର ଡିମାଣ୍ଡ ଏବେ ଚାରିଆଡେ ବଢି ଚାଲିଥିବା ବେଳ ଟିକ୍‌ଟକ୍‌ ମଧ୍ୟ ରହିଛି ଡିମାଣ୍ଡରେ । ଏହା ଏକ ଏମିତି ଆପ ଯାହାକି ପ୍ରତିଭାପୂର୍ଣ୍ଣ ଲୋକଙ୍କୁ ଏକ ପ୍ଲାଟଫର୍ମ ଦେଉଛି । ତେବେ ଏହି କ୍ରମରେ ଟିକ୍‌ଟକ୍‌କୁ ନେଇ ଏବେ
ଚର୍ଚାକୁ ଆସିଛନ୍ତି ଟିକ୍‌ଟକ୍‌ ଭିଡିଓର ଷ୍ଟାର ଅଭିନେତ୍ରୀ ଏକତା ଜୈନ୍ । ଏକତା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମ୍‌ରେ ଅଭିନେତା ଧର୍ମେନ୍ଦ୍ରଙ୍କ ସହିତ ଏକ ଭିଡିଓ ସେୟାର କରିଛନ୍ତି । ଯାହାକି ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଛି ।

ତେବେ ଏକତା ଜୈନ୍‌ ଖୁବ୍‌ ଶୀଘ୍ର ଧର୍ମେନ୍ଦ୍ରଙ୍କ ସହିତ ହରର କମେଡି ଫିଲ୍ମ ‘ଖଲିବଲି’ ଜରିଆରେ ବିଲଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଜଣା ପଡିଛି । କେବଳ ଏତିକି ନୁହେଁ ଏକତା ଜଣେ ଅଭିନେତ୍ରୀ ହେବା ସହିତ ଉପସ୍ଥାପିକା, କୋରିଓଗ୍ରାଫର ଓ ଡବିଙ୍ଗ ଆର୍ଟିଷ୍ଟ ମଧ୍ୟ । ଟିକ୍‌ଟକ୍‌ ଆପ୍‌ରେ ଲୋକପ୍ରିୟ ଏକତାଙ୍କ ଚାରିଲକ୍ଷ ଫଲୋୟୋର୍ସ ଅଛନ୍ତି।

Leave A Reply

Your email address will not be published.