OnaKhabar

ଅଦ୍ଭୁତ ଲାଗିଲେ ବି ସତ, ମାଆର କାନ୍ଦ ଶୁଣି ଜୁଇରୁ ଉଠିଲା ୧୮ ବର୍ଷୀୟ ପୁଅ

0 0

ହାଇଦ୍ରାବାଦ: ରାଜ୍ୟ ଓ ରାଜ୍ୟ ବାହାରେ ଗୋଟେ ପରେ ଗୋଟେ ଅଭାବନୀୟ କାଣ୍ଡ ଘଟୁଥିବାର ଦେଖିବାକୁ ମିଳୁଛି | ଏହି ପରିପେକ୍ଷରେ ଆଜି ମଧ୍ୟ ସେହିପରି ଏକ ଘଟଣା ସାମନାକୁ ଆସିଛି | ଜଣେ ଶିଶୁର ମୃତ୍ୟୁ ହେବା ପରେ ଜୁଇକୁ ଯାଉଥିଲା ହେଲେ ହାଠତ୍ ମାଆର କାନ୍ଦ ଶୁଣି ପୁଅ ଉଠି ଯାଇଥିବାର ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ତେଲଙ୍ଗାନାର ସୂର୍ଯ୍ୟାପେଟରେ । ମୃତ ଘୋଷିତ ୧୮ ବର୍ଷର ପୁଅ ଜୁଇକୁ ଯିବା ପୂର୍ବରୁ ଶ୍ମଶାନ ଭୂଇଁରୁ ଉଠି ଆସିଛି ।
ସୂଚନାଯୋଗ୍ୟ, ଜୁନ୍ ୨୬ରେ ୧୮ ବର୍ଷୀୟ ଗନ୍ଧମ କରିନଙ୍କୁ ହଠାତ୍ ଜ୍ୱର ଏବଂ ବାନ୍ତି ହୋଇଥିଲା । ପ୍ରବଳ ଗରମ କାରଣରୁ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ଜିଲ୍ଲା ଚିକିତ୍ସାଳୟରେ ପରିବାର ଲୋକେ ତାଙ୍କୁ ଭର୍ତ୍ତି କରାଇଥିଲେ। ତେବେ ତାଙ୍କର ସ୍ଥିତି ଆହୁରି ଖରାପ ହୋଇଥିଲା । ଏହାପରେ ଜୁନ ୨୮ରେ ପରିବାର ଲୋକେ ଗନ୍ଧମଙ୍କୁ ସରକାରୀ ହସ୍ପିଟାଲରୁ ନେଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଏହାପରେ ଘରୋଇ ହସ୍ପିଟାଲର ଡାକ୍ତର ଗନ୍ଧମ ବ୍ରେନ୍ ଡେଡ୍ ହୋଇଥିବା କହିଥିଲେ । ଏହାପରେ ୫ ଦିନ ଧରି ଘରୋଇ ହସ୍ପିଟାଲରେ ଗନ୍ଧମ ଚିକିତ୍ସିତ ହେବା ପରେ ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସି ନଥିଲା । ପାଖରେ ଚିକିତ୍ସା ପାଇଁ ପଇସା ନଥିବାରୁ ଘରକୁ ଗନ୍ଧମଙ୍କୁ ନେଇ ଆସିଥିଲେ ପରିବାର ଲୋକେ । ହସ୍ପିଟାଲ କତ୍ତୃପକ୍ଷ କହିଥିଲେ ବ୍ରେନ୍ ଡେଡ୍ ମୃତ୍ୟୁ ସହିତ ସମାନ ।
ଉଲ୍ଲେଖନୀୟ, ଗନ୍ଧମଙ୍କ ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ । ଶ୍ମଶାନ ଭୂଇଁରେ ୧୮ ବର୍ଷୀୟ ପୁଅକୁ ଧରି ମାଆ ଚିତ୍କାର କରି କାନ୍ଦୁଥିଲା । ହେଲେ ସତେ ଯେମିତି ଭଗବାନ ତରଳି ଯାଇଥିଲେ । ହଠାତ ପୁଅର ହାତ ଗୋଡ଼ ହଲିବାର ଦେଖିବାକୁ ମିଳିଥିଲା । ତେଣୁ ଗାଁ ଲୋକେ ଗନ୍ଧମଙ୍କୁ ସେହି ପୁରୁଣା ହସ୍ପିଟାଲକୁ ନେଇ ଆସିଥିଲେ । ଗନ୍ଧମ ଜୀବିତ ଥିବା ଦେଖି ଘରୋଇ ହସ୍ପିଟାଲର ଡାକ୍ତର ଭୟଭୀତ ହୋଇଯାଇଥିଲେ । କିନ୍ତୁ ଏବେ ସେ ସୁସ୍ଥ ଥିବା ଜଣାପଡିଛି |

Leave A Reply

Your email address will not be published.