OnaKhabar

୯ଟି ଜିଲ୍ଲାକୁ ସତର୍କତା ଜାରି

0 14

ଭୁବନେଶ୍ୱର: ମୈାସୁମୀବାୟୁ ଓ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ଅପରାହ୍ନ ସାଢେ ୫ଟା ପର୍ଯ୍ୟନ୍ତ ଝଡ଼ବର୍ଷା ସମ୍ଭାବନା ନେଇ ଭୁବନେଶ୍ବର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ ତରଫରୁ ସତର୍କତା ଜାରି ହୋଇଛି ।

ଅନୁଗୁଳ , ଢେଙ୍କାନାଳ , ମୟୂରଭଞ୍ଜ , କେନ୍ଦୁଝର ,ବାଲେଶ୍ୱର ,କଟକ ,ଯାଜପୁର, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ଝଡ଼ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା ରହିଛି । ତେଣୁ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ୯ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ଏହି ସମୟରେ ମତ୍ସଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି ।

https://www.onakhabar.com/2019/07/rape-case-in-puri/

Leave A Reply

Your email address will not be published.