OnaKhabar

ଆବଶ୍ୟକତା ଠୁ ଅଧିକ ପାଣି ପିଉଛନ୍ତି କି…ହୋଇ ଯାଆନ୍ତୁ ସାବଧାନ…

0 29

ମଣିଷର ଶରୀରରକୁ ସୁସ୍ଥ ରଖିବା ପାଇଁ ଦିନକୁ ୮-୧୦ଗ୍ଲାସ ପାଣି ନିହାତି ପିଇବା ଆବଶ୍ୟକ । କିନ୍ତୁ ବେଳେ ବେଳେ ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ନାନ ପ୍ରକାର ଶାରୀରିକ ସମସ୍ୟା ପରିଲକ୍ଷିତ ହୋଇଥାଏ । ଦିନକୁ ଆବଶ୍ୟକ ଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡ୍‌ନୀକୁ ଦରକାର ଠାରୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖା ଯାଇଥାଏ । ଆସନ୍ତୁ ଜାଣିବା ସେହି ସମସ୍ୟା ଗୁଡିକ ବିଷୟରେ..

୧. ଅଧିକ ପାଣି ପିଇଲେ ଓଭର ହାଇଡ୍ରେସନର ସମସ୍ୟା ଦେଖା ଯାଇଥାଏ । ଯାହାର ସିଧା ପ୍ରଭାବ କିଡ୍‌ନୀ ଉପରେ ପଡ଼ିଥାଏ । କିଡ୍‌ନୀ ଶରୀରରେ ପାଣିକୁ ଶୁଦ୍ଧ କରିବାର କାମ କରିଥାଏ । ଅଧିକ ପାଣି ପିଇବା ଦ୍ୱାରା କିଡ୍‌ନୀ ସବୁ ପାଣିକୁ ଶରୀରରୁ ବାହାର କରି ପାରି ନଥାଏ । ଯାହାଦ୍ୱାରା କିଡ୍‌ନୀ ଉପରେ ଚାପ ପଡ଼ିବା ଆରମ୍ଭ ହୋଇ ଯାଇଥାଏ ।
୨. ଅଧିକ ପାଣି ପିଇବା ଦ୍ୱାରା ରକ୍ତର ଘନତ୍ୱ ବଢ଼ିଥାଏ । ଯାହାଦ୍ୱାରା ହୃଦ୍‌ଜନିତ ସମସ୍ୟା ହେବାର ଆଶଙ୍କା ବଢ଼ି ଯାଇଥାଏ ।
୩. ଦରକାର ଠାରୁ ଅଧିକ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହେବା ପରିବର୍ତ୍ତେ ବଦ୍‌ହଜମିର ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଅଧିକ ପାଣି ପିଇଲେ ପାଚନ ରସ ଠିକ୍‌ ଭାବରେ କାମ କରିବା ବନ୍ଦ କରି ଦେଇଥାଏ ।

Leave A Reply

Your email address will not be published.