OnaKhabar

ବିଜେଡି ଚାହୁଁଛି ପାଟକୁରାରୁ ବିଜୟ ଜିତନ୍ତୁ:ବିଜେପି

0 13

ଭୁବନେଶ୍ୱର: ପାଟକୁରା ବିଧାନସଭା ନିର୍ବାଚନ ଏବେ ବେଶ ସରଗରମ ରହିଛି । ବର୍ଷାପାଗ ସତ୍ୱେ ନେତାମାନେ ପ୍ରଚାରକୁ ହାତଛଡା କରୁନାହାଁନ୍ତି । ବିଜେପି-ବିଜେଡି ପୁରା ଦମରେ ମଇଦାନକୁ ଓହ୍ଲାଇଛନ୍ତି । ଅବଶ୍ୟ ବର୍ତମାନ ଯାଏ ଦୁଇ ପ୍ରତିଦ୍ୱନ୍ଦିଙ୍କ ପ୍ରତିଯୋଗିତା ଜୋରଦାର ହୋଇଛି । ନିର୍ବାଚନ ଜିତିବା ପାଇଁ ଦୁଇ ଦଳ ନିଜ ନିଜର ରଣ କୌଶଳ ମଧ୍ୟ ନିର୍ଦ୍ଧାରଣ କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ନବୀନ ନିବାସକୁ ପାଟକୁରା ଦାୟିତ୍ୱରେ ଥବା ସବୁ ନେତାଙ୍କୁ ଡାକି ଆଲୋଚନା କରିଛନ୍ତି । ଦଳୀୟ ରଣ କୌଶଳ ବୈାଠକରେ ନିର୍ଦ୍ଧାରଣ କରାଯାଇଛି । କିନ୍ତୁ ବିଜେପି ପାଟକୁରା ନିର୍ବାଚନ ନେଇ ଏକ ନୂଆ କଥା କହୁଛି । ଏଠାରେ କୁଆଡେ ବିଜୟ ମହାପାତ୍ର ଜିତନ୍ତୁ ବୋଲି ବିଜେଡି ଚାହୁଁଛି । ଏଣୁ ବିଜେଡିର ଯେଉଁ ନେତାମାନେ ପ୍ରଚାର ପାଇଁ ଆସିଛନ୍ତି ସେମାନେ ବିଜେପି ପାଇଁ କାମ କରୁଛନ୍ତି । ନିଜ ବସଙ୍କୁ ଖୁସି କରିବା ପାଇଁ ପ୍ରଚାରକୁ ଆସିଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ଭ୍ରୁଗୁ ବକ୍ସିପାତ୍ର ମତ ରଖିଛନ୍ତି ।
ବକ୍ସିପାତ୍ର କହିଛନ୍ତି ବିଜୁଜନତା ଦଳର ଯେଉଁମାନେ ଆସିଛନ୍ତି ସେମାନେ ସମସ୍ତେ ଆମ ପାଇଁ କାମ କରୁଛନ୍ତି । ତାଙ୍କର କିଛି ରଣ କୌଶଳ ନାହିଁ । ବିଜୁ ଜନତା ଦଳର ନେତାମାନେ କାମ କରୁଛନ୍ତି କିପରି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଜିତିକି ଯାଆନ୍ତୁ । ସାଧାରଣ ଓଡିଆ ଲୋକଙ୍କ ମନରେ ଯେଉଁ କଥା ଅଛି ଏଥର ବିଜୟ ମହାପାତ୍ର ପାଟକୁରାରୁ ଜିତିକି ବିଧାନସଭାକୁ ଯାଆନ୍ତୁ । ପାଟକୁରାର ପ୍ରତ୍ୟେକ ଭୋଟରଙ୍କ ମନରେ ଯେଉଁ କଥା ଅଛି ତାକୁ କେହି ଚାହିଁଲେ ଭାଙ୍ଗି ପାରିବେନି କି ଅଟକାଇ ପାରିବେନି । ଏକଥା ବିଜୁ ଜନତା ଦଳ ଭଲଭାବେ ଜାଣିଛି । ସମସ୍ତେ କେବଳ ତାଙ୍କର ଅଫିସର ବସ ମାନଙ୍କୁ ଖୁସି କରିବାକୁ ଦେଖାଇବା ପାଇଁ ନିର୍ବାଚନମଣ୍ଡଳୀରେ ଆସି ବୁଲୁଛନ୍ତି ବୋଲି ବକ୍ସିପାତ୍ର କହିଛନ୍ତି ।
ବିଜେପିର ଅଭିଯୋଗକୁ ଖଣ୍ଡନ କରି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଆମେ ଆସି ବୁଲୁଛୁ , ବିଜୁ ଜନତା ଦଳ କଥା କହୁଛୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା କଥା କହୁଛୁ , କେନ୍ଦ୍ରାପଡା ଜିଲ୍ଲାର ବିକାଶ କଥା କହୁଛୁ । ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲାର ଦାୟିତ୍ୱ ନେବେ ବୋଲି କହିଛନ୍ତି ସେକଥା କହୁଛୁ । ଯଦି କେହି ଆମକଥା କହୁଛନ୍ତି ତାହେଲେ ସେମାନେ ଆମ ପଛରେ ଆସୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାହୁ ଦର୍ଶାଇଛନ୍ତି ।

Leave A Reply

Your email address will not be published.