OnaKhabar

୮ ଦିନରେ ପ୍ରାୟ ୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଅମରନାଥ ଦର୍ଶନ

0 9

ଜମ୍ମୁ : ଗତ ୮ ଦିନରେ ପ୍ରାୟ ୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫାରେ ପବିତ୍ର ତୁଷାର ଶିବଲିଙ୍ଗଙ୍କୁ ଦର୍ଶନ କରିଛନ୍ତି । ସୋମବାରଦିନ ସୁରକ୍ଷା କାରଣ ହେତୁ ଯାତ୍ରା ବନ୍ଦ ଥିବାବେଳେ ମଙ୍ଗଳବାରଦିନ ୫୯୬୪ ଜଣିଆ ଆଉ ଏକ ଦଳ ପବିତ୍ର ଗୁମ୍ଫା ଅଭିମୁଖେ ଯାତ୍ରାରେ ବାହାରିଛନ୍ତି ବୋଲି ଜାମ୍ମୁ ଓ କାଶ୍ମୀର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।
ସୂଚନା ମୁତାବକ, ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୧୧ ହଜାର ୬୯୯ ଜଣ ଶ୍ରଦ୍ଧାଳୁ ଅମରନାଥ ଗୁମ୍ଫା ଦର୍ଶନ କରିଛନ୍ତି । ଚଳିତ ବର୍ଷ ଅମରନାଥ ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହୋଇଥିବାବେଳେ ତାହା ଆସନ୍ତା ଅଗଷ୍ଟ ୧୫ରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ସମାପ୍ତ ହେବ । ଯାତ୍ରା ଶେଷ ହେବାକୁ ଆହୁରି ଏକ ମାସରୁ ଅଧିକ ସମୟ ଥିବାରୁ ଏଥର ଯାତ୍ରୀ ସଂଖ୍ୟା ଗତ ବର୍ଷ ତୁଳନାରେ ଅଧିକ ହେବା ଆଶା କରାଯାଉଛି । ଏଥର ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ସେନା, ସିଆରପିଏଫ ଓ ଆଇଟିବିପି ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

https://www.onakhabar.com/2019/07/farmer-dead-in-nilagiri/

Leave A Reply

Your email address will not be published.