OnaKhabar

ନବୀନ ନିବାସରେ ପାଟକୁରା ମନ୍ଥନ

0 5

ଭୁବନେଶ୍ୱର (ଓଏନଏ) : ପାଟକୁରା ବିଧାନସଭା ନିର୍ବାଚନ ନେଇ ବିଜେଡି- ବିଜେପି ଜୋରଦାର ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଉଭୟ ପକ୍ଷ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ନିର୍ବାଚନରେ ଜିତିବା ନେଇ ଦଳୀୟ ନେତାମାନଙ୍କୁ ଋଣ କୌଶଳି ନିର୍ଦ୍ଧାରଣ କରିବା ଓ ଗୁରୁମନ୍ତ୍ର ଦେବା ପାଇଁ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଦାୟିତ୍ୱ ଦେଇଥିବା ଦଳୀୟ ନେତାମାନଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଛନ୍ତି । ପାଟକୁରାର ସ୍ଥିତି ବର୍ତ୍ତମାନ କିପରି ରହିଛି ସେ ନେଇ ମଧ୍ୟ ପଚାରି ବୁଝିଛନ୍ତି । ନବୀନ ନିଜେ ପ୍ରଚାରକୁ ବାହାରିବେ ବୋଲି ସୂଚନା ମଧ୍ୟ ଦେଇଛନ୍ତି । ହଠାତ୍ ନବୀନ ଦଳୀୟ ନେତାଙ୍କୁ ଡାକି ବୈଠକ କରିବା ଘଟଣାକୁ ବେଶ ଗୁରୁତ୍ୱ ଦିଆଯାଉଛି । ବିଜେଡିର ଏହି ପ୍ରସ୍ତୁତି ଦେଖି ବିଜେଡି ପ୍ରାର୍ଥୀ ବିଜୟ ମହାପାତ୍ର କଟାକ୍ଷ କରିଛନ୍ତି ।
ନବୀନ ନିବାସ ବୈଠକରେ ଦଳର କେନ୍ଦ୍ରାପଡା ସଭାପତି କିଶୋର ତରାଇ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ସୁଶାନ୍ତ ସିଂ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ବାଲ ପ୍ରମୁଖ ଯୋଗ ଦେଇଥିଲେ । ଦଳ ସୁପ୍ରିମୋ ସମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ବର୍ତ୍ତମାନ ସ୍ଥିତି କିପରି ଅଛି ସେ ନେଇ ପଚାରି ବୁଝିଥିଲେ । ଦାୟିତ୍ୱରେ ଥିବା ନେତାମାନେ ବି ସବୁ ବିଷୟ ଅବଗତ କରାଇଥିଲେ । ବୈଠକ ପରେ ଜିଲ୍ଲା ସଭାପତି ଶ୍ରୀ ତରାଇ କହିଛନ୍ତି ବିଜେଡି ପୁଣି ଥରେ ପାଟକୁରାରେ ଜିତିବ । ୩୦ରୁ ୪୦ ହଜାର ଭୋଟରେ ଜିତିବା ନେଇ ଲକ୍ଷ୍ୟ ରଖା ଯାଇଛି । ପାଟକୁରାରେ ବିଜେଡି ହାଓ୍ବା ବହୁଛି । ଲୋକଙ୍କ ସମ୍ପର୍କ ପାଇଁ ତୃଣମୂଳ ସ୍ତରରେ ଉଦ୍ୟମ ଜାରି ରହିଛି । ବିଜେପି ସହ କୌଣସି ପ୍ରତିଯୋଗିତା ନାହିଁ । ବିଜେଡିର ଲକ୍ଷ୍ୟ ପାଟକୁରା କିପରି ହାତକୁ ଆସିବ । ବିଜୟ ମହାପାତ୍ର ପ୍ରାର୍ଥୀ ହେବା ନେଇ ବିଜେଡି ଉପରେ କିଛି ପ୍ରଭାବ ପଡିବ ନାହିଁ । ବୈଠକ ପରେ ବିଜେଡି ପ୍ରାଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପୁଅ ସଞ୍ଜୟଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଗରଦପୁର ଓ ମାର୍ଶାଘାଇ ବ୍ଲକ ବାବଦରେ ଆଲୋଚନା ହେଲା । ଦଳରେ କୌଣସି ଅସନ୍ତୁଷ୍ଟ ନାହିଁ । ବିଜେଡି ସେଠାରେ ନିଶ୍ଚିତ ଜିତିବ । ମାର୍ଶାଘାଇ ପାଇଁ ଅତନୁ ସବ୍ୟାସାଚି ନାୟକ ଓ ଗଡଦପୁର ୁପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଦାୟିତ୍ୱ ଦିଆଯାଇଛି ।
ନବୀନ ଦଳୀୟ ନେତାଙ୍କୁ ଡାକି ଆଲୋଚନା କରିବା ଘଟଣାକୁ ନେଇ ବିଜୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେଡିର ୯୦ ଭାଗ ନେତା ଅସନ୍ତୁଷ୍ଟ ଅଛନ୍ତି । ପାଟକୁରାକୁ ଯେଉଁମାନେ ପ୍ରଚାର ପାଇଁ ଆସୁଛନ୍ତି ସେମାନେ ଅସନ୍ତୁଷ୍ଟ ହୋଇ ଆସୁଛନ୍ତି । ସେମାନଙ୍କ ପେଟରେ ଇଚ୍ଛା ବିଜୟ ଭାଇ ଜିତନ୍ତୁ ହେଲେ ଉପରୁ ନିର୍ଦ୍ଦେଶ ଅନ୍ୟ କଥା ରହିଛି । ଅଧର୍ମ, ଅନୀତିର କେଉଁଠି ବିଜୟ ହୋଇନି, ସବୁଠି ଧର୍ମର ଜୟ ହୋଇଛି । ସଠିକ ନିଷ୍ପତ୍ତି ନେଇ ପାଟକୁରାବାସୀ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ବିଜୟ କହିଛନ୍ତି ।
ବିଜୟଙ୍କ ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଛି । ଏ ନିର୍ବାଚନ ଜିତିବା ତାଙ୍କ ରାଜନୈତିକ ପ୍ରତିଷ୍ଠା ଓ କାର୍ଯ୍ୟଧାରା ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି ।

Leave A Reply

Your email address will not be published.