OnaKhabar

ପୁରୁଣା ରାଗକୁ ନେଇ ରିପୋର୍ଟରଙ୍କ ଉପରେ ବର୍ଷିଲେ କଙ୍ଗନା

0 4

ମୁମ୍ବାଇ:ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ଫିଲ୍ମ ,ପର୍ସନାଲ ଲାଇଫ୍, ପର୍ସନାଲିଟି ତଥା ଅନ୍ୟ କଳାକାରଙ୍କ ସମ୍ପର୍କରେ ଆପତ୍ତି ଜନକ କଥା କହି ସଦା ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ହେଲେ ଏଥର ପ୍ରେସମିଟ୍ ରେ ଜଣେ ରିପୋର୍ଟରଙ୍କ ସହ ଯୁକ୍ତି କରି କଙ୍ଗନା ଆସିଛନ୍ତି ଚର୍ଚ୍ଚାକୁ ।
ଉଲ୍ଲେଖେଯାଗ୍ୟ, କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ ର ଏକ ଗୀତ ଲଂଚ ଅବସରରେ ପ୍ରଡକ୍ସନ ହାଉସ ତରଫରୁ ପ୍ରେସମିଟ ରଖା ଯାଇଥିଲା । ଏଥିରେ ଏକତା କପୁର ଓ ରାଜକୁମାର ରାଓଙ୍କ ସମେତ କଙ୍ଗନା ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଜଣେ ସାମ୍ବାଦିକ କଙ୍ଗନାଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାହିଁଲା ବେଳେ କଙ୍ଗନାଙ୍କର ମନେ ପଡିଲା କିଛି ପୁରୁଣା କଥା । ଫିଲ୍ମ ‘ମଣିକର୍ଣ୍ଣିକା’ ରିଲିଜ ହେଲା ବେଳେ ଉକ୍ତ ସାମ୍ବାଦିକ ଜଣକ କଙ୍ଗନାଙ୍କ ବିଷୟରେ ଏପରି କିଛି କଥା ଲେଖିଥିଲେ ଯାହାକି କଙ୍ଗନାଙ୍କୁ ଆଦୌ ପସନ୍ଦ ଆସି ନଥିଲା । ତେଣୁ ଏହି ପ୍ରେସମିଟ ରେ କଙ୍ଗନା ଏମିତି ସବୁ ଚିନ୍ତାଧାରା ଉକ୍ତ ସାମ୍ବାଦିକଙ୍କ ମନକୁ କିପରି ଆସୁଛି ଓ ସେ କାହିଁକି ଏଭଳି ଖରାପ କଥା ତାଙ୍କ ବିଷ୍ୟୟରେ ଲେଖୁଛନ୍ତି ବୋଲି ପ୍ରଶ୍ନ କରିବା ସହ ସାମ୍ବାଦିକଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ଏହାପରେ ସାମ୍ବାଦିକ ମଧ୍ୟ ନିଜ ପକ୍ଷରୁ ଯୁକ୍ତି ଆରମ୍ଭ କରିଥିଲେ । ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହି ସ୍ଥିତିକୁ ଶାନ୍ତ କରିବା ପାଇଁ ଶେଷରେ ଏକତା କପୁର ଉଠି ସମସ୍ତଙ୍କୁ ଚୁପ ହେବାକୁ କହିଥିଲେ ଓ ପରିସ୍ଥିତି ଶାନ୍ତ ହୋଇଥିଲା ।

Leave A Reply

Your email address will not be published.