OnaKhabar

ନୃଶଂସ ଦଲାଲ, ଚାକିରି ଦେବା ବାହାନାରେ ଅନ୍ୟ ରାଜ୍ୟରେ ନାବାଳିକାକୁ ବିକ୍ରି

46

ସୁନ୍ଦରଗଡ଼ : ରାଜ୍ୟରେ ଦିନକୁ ଦିନ ଅପରଦାଧର ସଂଖ୍ୟା ଜୋରସୋରରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ଏହି ପରିପେକ୍ଷରେ ଆଜି ପୁଣି ଏକ ଲଜ୍ଜ୍ୟଜନକ କାଣ୍ଡ ଘଟିଥିବାର ଦେଖିବାକୁ ମିଳିଛି | ଚାକିରି କରାଇ ଦେବାକୁ କହି ଜଣେ ନାବାଳିକାକୁ ବିକ୍ରି କରାଯାଇଥିବାର ଅଭିଯୋଗ ଆସିଛି | ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ମାନମୁଣ୍ଡା ଗାଁରେ ଘଟିଛି | ଜଣେ ଦଲାଲ ରାଜ୍ୟ ବାହାରକୁ ଉକ୍ତ ନାବାଳିକାକୁ ବିକ୍ରି କରି ଦେଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।
ସୂଚନାନୁଯାୟୀ, ଗତ ଜୁନ୍‌ ୫ ତାରିଖରେ ଗାଁର ସୀତା ଖଡ଼ିଆଙ୍କ ଘରକୁ ସ୍ଥାନୀୟ ଅଞ୍ଚଳର ଦଲାଲ ଯୁଗଳ ଓରାମ ଆସିଥିଲା । ତାଙ୍କ ଝିଅକୁ ମଧ୍ୟପ୍ରଦେଶର ଏକ ଅଗରବତୀ କାରଖାନାରେ କାମ ଯୋଗାଇ ଦେବ ବୋଲି କହିଥିଲା । ତାଙ୍କ କଥା ଶୁଣି ନାବାଳିକା ଝିଅଟି ଲୋଭରେ ପଡ଼ି ଯାଇଥିଲା ଓ ଘର ଲୋକଙ୍କ ବାରଣ ସତ୍ତ୍ୱେ ସେ ମଧ୍ୟପ୍ରଦେଶର କଟ୍‌ନୀକୁ କାମ କରିବାକୁ ଚାଲି ଯାଇଥିଲେ । ତେବେ କିଛି ଦିନ ପରେ ତା’ସହ ଯାଇଥିବା ଅନ୍ୟ ଯୁବକ ଓ ଯୁବତୀମାନେ ଗାଁକୁ ଫେରି ଆସିଥିଲେ । କିନ୍ତୁ ସୀତା ଖଡ଼ିଆଙ୍କ ନାବାଳିକା ଝିଅ ଫେରି ନଥିଲା । ଏହା ପରେ ତାଙ୍କ ଝିଅକୁ ଦଲାଲ ସେଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିବା ଜଣାପଡ଼ିଥିଲା । ଏହା ପରେ ସୀତା ଖଡ଼ିଆ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ପରେ ପୁଲିସ୍‌ ଘଟଣାର ତଦନ୍ତ କରୁଛି । ନାବଳିକାକୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ସୁନ୍ଦରଗଡ଼ ସଦର ଏସ୍‌ଡିପିଓ ବଳଭଦ୍ର ଦୀପ୍‌ କହିଛନ୍ତି ।