OnaKhabar

ରିଲିଜ୍ ହେଲା “ଜବରିୟା ଯୋଡି”ର ପ୍ରଥମ ଗୀତ

0 1

ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ପରିଣିତି ଚୋପଡାଙ୍କ ଅଭିନିତରେ ନିର୍ମିତ ଫିଲ୍ମ ଜବରିୟା ଯୋଡି ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ଟର ଟ୍ରେଲର ରିଲିଜ ହୋଇ ସାରିଛି । ଏହାକୁ ଦର୍ଶକମାନଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳିଛି । ତେବେ ଆଜି ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହୋଇଛି । ଗୀତର ବୋଲ ରହିଛି ଖଡକେ ଗ୍ଲାସୀ । ଏଥିରେ ପରିଣିତି ଏବଂ ସିଦ୍ଧାର୍ଥଙ୍କ ରୋମାନ୍ସ ଦେଖିବାକୁ ମିଳିଛି ।

୨ମିନିଟ ୩୮ସେକେଣ୍ଡର ଏହି ଗୀତରେ ପରିଣିତି ଧମାକାଦାର ଡ୍ୟାନ୍ସ କରୁଛନ୍ତି । ଦୁହେଁ ଶିବଙ୍କ ଭକ୍ତିରେ ମଗ୍ନ ଥିବା ଦେଖାଯାଉଛି । ହସଉଲ୍ଲାସରେ ପୂର୍ଣ୍ଣ ଏହି ଗୀତ ଏନର୍ଜେଟିକ୍ ରହିଛି । ଏଥିରେ ହନି ସିଂହ ର‌୍ୟାପ‌ କରୁଛନ୍ତି । ହନିଙ୍କ ବ୍ୟତୀତ ଅଶୋକ ମସ୍ତୀ ଏବଂ ଜ୍ୟୋତିକା ତଙ୍ଗରୀ ଏଥିରେ କଣ୍ଠଦାନ କରିଛନ୍ତି । ଟ୍ରେଲର କଥା କହିବାକୁ ଗଲେ ଏଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭୟ ସିଂହ ଅଭିନୟ କରୁଛନ୍ତି । ସେମାନେ ଜବରଦସ୍ତ ବିବାହ କରାଉଛନ୍ତି । ଏହାପରେ ତାଙ୍କର ପରିଣିତିଙ୍କ ସହ ସାମ୍ନାସାମ୍ନି ହେଉଛି । କିନ୍ତୁ ଦୁହିଁଙ୍କ ମଧ୍ୟରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ତେବେ ଫିଲ୍ମ କଥା କହିବାକୁ ଗଲେ ବିହାରରେ ହେଉଥିବା ବିବାହ ପ୍ରଥା ଉପରେ ଏହି ଫିଲ୍ମ ଆଧାରିତ ।

Leave A Reply

Your email address will not be published.