OnaKhabar

ଚମକଦାର ତ୍ବଚା ପାଇବାପାଇଁ ଶୋଇବା ଆଗରୁ ଏହି ସବୁ ଉପାୟ କରନ୍ତୁ

0 28

ଭୁବନେଶ୍ୱର(ଓଏନ୍ଏ): ବଦଳୁଥିବା ଋତୁର ପ୍ରଭାବ ଆମ ତ୍ୱଚା ଉପରେ ପଡିଥାଏ ଓ ଏହା ଆମ ନମନୀୟତାକୁ ହଜାଇ ଦେଇଥାଏ । ଫଳରେ ସୁନ୍ଦର ଚେହେରା ସମସ୍ତଙ୍କ ସ୍ୱପ୍ନ ପାଲଟିଯାଏ । କିନ୍ତୁ କେବଳ ଚାହିଁଦେଲେ କିଛି ସୁଫଳ ମିଳିବ ନାହିଁ। ଏଥିଲାଗି ଆପଣଙ୍କୁ ପରିଶ୍ରମ ମଧ୍ୟ କରିବାକୁ ପଡିବ। କାରଣ ତ୍ୱଚାର ଯତ୍ନ ନେବା ଆମ କର୍ତ୍ତବ୍ୟ । ଯଦି ଆପଣ ଦିନ ସାରା କାମ କରୁଛନ୍ତି ଓ ନିଜ ପାଇ ସମୟ ମିଳୁ ନାହିଁ, ତା ହେଲେ ଶୋଇବା ପୂର୍ବରୁ ଏହି ସବୁ କାମ କରିବାକୁ ଭୁଲନ୍ତୁ ନାହିଁ ।ଏହାକୁ ନିୟମିତ ବ୍ୟବହାର ଦ୍ୱାରା ଆପଣ ପାଇପାରିବେ ଚମକଦାର ତ୍ୱଚା ।

1. ରାତିରେ ଶୋଇବା ପୂର୍ବରୁ ଗାଧୋଇବା ଜରୁରୀ। ଏହାଦ୍ୱାରା ଦିନ ସାରା ଆପଣଙ୍କ ଶରୀରରେ ଜମି ରହିଥିବା ମଇଳା ଓ ଦୁର୍ଗନ୍ଧ ଦୂର ହୋଇଯିବ। ଆପଣ ଚାହିଁଲେ ଗାଧୋଇବା ପାଣିରେ ଅଧ ଘଣ୍ଟା ପୂର୍ବରୁ ନିମ୍ବ ପତ୍ର କିମ୍ୱା ଗୋଲାପ ପାଖୁଡା ପକାଇ ପାରିବେ । ଏହି ପାଣିରେ ଗାଧୋଇବା ଦ୍ୱାରା ଆପଣ ଫ୍ରେଶ୍‌ ଅନୁଭବ କରିବେ ।
2. ଶୋଇବା ପୂର୍ବରୁ ହଳଦି କ୍ଷୀର ପିଅନ୍ତୁ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ରକ୍ତ ସଫା କରି ଦେଇଥାଏ । ଏହାକୁ ନିୟମିତ ପିଇବା ଦ୍ୱାରା ସ୍କିନ୍‌ରେ ଗ୍ଲୋ ଆସିଥାଏ ।
3. ପୁରା ଦିନ ଆମ ମସ୍ତିଷ୍କ ସହ ଆଖି ମଧ୍ୟ କାମ କରି କରି ଥକି ଯାଇଥାଏ । ଆଖିକୁ ଠିକ୍‌ ରଖିବା ପାଇଁ ଏକ ଭଲ ଆଇକ୍ରିମ ରଖନ୍ତୁ। ଶୋଇବା ପୂର୍ବରୁ ଆଖି ଚାରି ପାଖେ ଏହାକୁ ମସାଜ କରନ୍ତୁ ।
4. ଶୋଇବା ପୂର୍ବରୁ ଦାନ୍ତକୁ ମଧ୍ୟ ସଫା କରିବାକୁ ଭୁଲନ୍ତୁ ନାହିଁ। ଏଥିଲାଗି ରାତିରେ ଖାଇବା ପରେ ବ୍ରଶ୍‌ କରିବାକୁ ଭୁଲନ୍ତୁ ନାହିଁ। ଏହା ନ କଲେ ଦାନ୍ତକୁ ଜୀବାଣୁ ସଂକ୍ରମଣ କରି ଦେଇଥାନ୍ତି । ଏବଂ ଦାନ୍ତ ଖରାପ ହୋଇଯାଇଥାଏ । ତେଣୁ ଶୋଇବା ପୂର୍ବରୁ ଦାନ୍ତ ବ୍ରଶ୍‌ କରିବାକୁ ଭୁଲନ୍ତୁ ନାହିଁ।
5. ଶୋଇବା ପୂର୍ବରୁ ମୁଣ୍ଡ କୁଣ୍ଡାଇବା ଠିକ୍‌ ନୁହେଁ ବୋଲି କୁହାଯାଏ । କିନ୍ତୁ ଏହା ନ କଲେ ସକାଳୁ ଅଧିକ କେଶ ଝଡିଥାଏ । ତେଣୁ ରାତିରେ ଶୋଇବା ପୂର୍ବରୁ କେଶ କୁଣ୍ଡାଇ ଶୋଇବାକୁ ଭୁଲନ୍ତୁ ନାହିଁ ।
6. ସେହିପରି ଶୋଇବା ପୂର୍ବରୁ ଶରୀରରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ। ଏହାଦ୍ୱାରା ସକାଳକୁ ଆପଣଙ୍କ ବଡି ସଫ୍ଟ ଲାଗିବ। ନଚେତ ଚର୍ମ ଶୁଷ୍କ ହେବା ପରି ଲାଗିବ ।

Leave A Reply

Your email address will not be published.