OnaKhabar

ପ୍ରେମରେ ଧୋକା ପାଇଥିବା ବଲିଉଡ ହିରୋଇନ…. ଦେଖନ୍ତୁ ଏହି ଖବରରୁ….

0 1

ନୂଆଦିଲ୍ଲୀ : ବଲିଉଡ ଏପରି ଏକ ସ୍ଥାନ ଯେଉଁଠି ଫିଲ୍ମ ଠାରୁ ଅଧିକା ପ୍ରେମର ଖବର ଶୁଣିିବାକୁ ମିଳେ । ଏହି ଷ୍ଟାରମାନେ ଯେତିକି ନିଜ ଫିଲ୍ମ ଲାଗି ଚର୍ଚ୍ଚାକୁ ଆସି ନ ଥାନ୍ତି ସେତିକି ନିଜସ୍ୱ ଜୀବନୀ ଲାଗି ଅଧିକ ଚର୍ଚ୍ଚାକୁ ଆସିଥାନ୍ତି । ତେବେ ଏହି ପରିପେକ୍ଷରେ ଆଜି ଆମେ ଆପଣଙ୍କୁ ସେପରି କିଛି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ ଯିଏକି ପ୍ରେମରେ ବିଫଳତା ପାଇ ଖୁବ ନିନ୍ଦା ସାଉଣ୍ଟିଛନ୍ତି ।

୧. ଐଶର୍ଯ୍ୟା ରାୟ ଓ ସଲମାନ ଖାନ: ବଲିଉଡରେ ଏହି ଦୁଇଙ୍କ ଚର୍ଚ୍ଚା ବହୁତ ହୁଏ । ଫିଲ୍ମ “ହମ ଦିଲ ଦେ ଚୁକେ ସନମ”ରେ ସଲମାନ ଓ ଐଶର୍ଯ୍ୟାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ କୌଣସି କାରଣରୁ ଦୁହିଁଙ୍କ ପ୍ରେମରେ ବ୍ରେକ ଲାଗିଥିଲା ଏବଂ ତାଙ୍କ ପ୍ରେମରେ ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣଚ୍ଛେଦ ଲାଗିଯାଇଥିଲା । ତେବେ କିଛି ସମୟ ପରେ ଶୁଣିବାକୁ ମିଳିଥିଲା ଯେ ଐଶର୍ଯ୍ୟା, ସଲମାନଙ୍କ ନାଁରେ ଅଭିଯୋଗ ଆଣିଥିଲେ । ସଲମାନ ଐଶର୍ଯ୍ୟାଙ୍କୁ ମାଡ ମାରିବା ସହ ତାଙ୍କୁ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଛନ୍ତି । ଏହାପରେ ଐଶର୍ଯ୍ୟାଙ୍କ ମାଆ ମଧ୍ୟ ସଲମାନଙ୍କ ଉପରେ ଆରୋପ ଆଣିଥିଲେ । ସଲମାନ ଘରେ ପଶି ଗାଳିଗୁଲଜ ମଧ୍ୟ କରିଛନ୍ତି । ଏହାପରେ ଦୁହେଁ ସମ୍ପୂଣ୍ଣରୂପେ ଅଲଗା ହୋଇଯାଇଥିଲେ । ଶେଷରେ ଐଶର୍ଯ୍ୟା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ ।

୨. କଙ୍ଗନା ରାଣାଓ୍ବତ: ବଲିଉଡ କୁଇନ କଙ୍ଗନା ରାଣାଓ୍ବତଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଦେଖାଯାଏ । କେତେବେଳେ ତାଙ୍କ ବିବାଦୀୟ ମତକୁ ନେଇ ତ କେତେବେଳେ ତାଙ୍କ ବ୍ରେକଅପ ଘଟଣାକୁ ନେଇ । ତେବେ କଙ୍ଗନା ବେଶୀ ଚର୍ଚ୍ଚାକୁ ଆସିଥିଲେ ବଲିଉଡ ଷ୍ଟାର ଆଦିତ୍ୟ ପଞ୍ଚୋଲିଙ୍କ ବିରୋଧରେ ଯୌନଶୋଷଣ ଘଟଣା ଲାଗି । କଙ୍ଗନା ଯେତେବେଳେ ବଲିଉଡରେ ଷ୍ଟ୍ରଗଲ କରୁଥିଲେ ସେତେବେଳେ ସେ ଆଦିତ୍ୟଙ୍କୁ ଭେଟିଥିଲେ ଏବଂ ତାଙ୍କରି ପାଖରେ ରହୁଥିଲେ । କିନ୍ତୁ କିଛି ଦିନ ପରେ କଙ୍ଗନା ଆଦିତ୍ୟଙ୍କ ନାଁରେ ସଙ୍ଘିନ ଅଭିଯୋଗ ଆଣିଥିଲେ । କଙ୍ଗନା କହିଥିଲେ ଯେ, ସେ ସମୟରେ ବହୁତ କଷ୍ଟରେ ରହୁଥିଲି, “ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ସେ ଚାହୁଁଥିଲେ । ସିଏ ମୋ ବାପାଙ୍କ ବୟସର ହୋଇଥିଲା ବେଳେ ମୋର ତାଙ୍କ ସହ ମାରପିଟ ମଧ୍ୟ ହୋଇଛି” ।

୩. ଜିଆ ଖାନ ଓ ସୁରଜ ପାଞ୍ଚୋଲି: ବାପ ପରେ ପୁଅ ସୁରଜ ପାଞ୍ଚୋଲି ମଧ୍ୟ ଏହି ହାଇ ପ୍ରୋଫାଇଲରେ ନିଜ ନାମ ସମ୍ପୃକ୍ତ କରିଛନ୍ତି । ସୁରଜଙ୍କ ଉପରେ ଆରୋପ ଲାଗିଥିଲା ସେ ଅବିନେତ୍ରୀ ଜିଆ ଖାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଦେଇଥିଲେ । ଏଥିପାଇଁ ସୁରଜ ଗିରଫ ହେବା ସହ ଥାନାରେ ମଧ୍ୟ ରହିଛନ୍ତି । ଏଥିସହ ସୁରଜ ଜିଆଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିବାର ଅଭିଯୋଗ ହୋଇଥିଲା ।

୪. ପ୍ରୀତି ଜିଣ୍ଟା ଓ ନେସ ବାଡିଆ: ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା ମଧ୍ୟ ଏହି ଲାଇନରେ ଅତିବାହିତ କରିଛନ୍ତି । ସେ ମଧ୍ୟ ପ୍ରେମରେ ଧୋକା ଖାଇ ଆଗକୁ ବଢିଛନ୍ତି । ପ୍ରୀତି ଓ ନେସ ବାଡିଆ ୨୨୦ରେ ପ୍ରେମ ଜାଲରେ ଫସିଥିଲେ । ତେବେ ପ୍ରୀତିଙ୍କ ଫିଲ୍ମର ଏତେ ଡିମାଣ୍ଡ ନ ରହିବା ପରେ ନେସ ଓ ତାଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା । ପରେ ସେ ୨୦୧୪ରେ ନେସଙ୍କ ଉପରେ ଅଭିଯୋଗ ଆଣିଥିଲେ ନେସ ତାଙ୍କୁ ମାରପିଟ କରିବା ସହ ଶାରୀରିକ କଷ୍ଟ ମଧ୍ୟ ଦେଉଛନ୍ତି । ତାପରେ ଏମାନଙ୍କ ସମ୍ପର୍କରେ ମଧ୍ୟ ପୂଣ୍ଣଚ୍ଛେଦ ଲାଗିଥିଲା ।

୫. କରିସ୍ମା କପୁର ଓ ସଞ୍ଜୟ କପୁର: କପୁର ଖାନଦାନର ଝିଅ କରିସ୍ମା କପୁର ମଧ୍ୟ ଏହି ଧୋକା ଲିଷ୍ଟରେ ରହିଛନ୍ତି । କରିସ୍ମା ବିଜେନେସମ୍ୟାନ ସଞ୍ଜୟ କପୁରଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ଏହି ପ୍ରେମ ବେଶୀ ବର୍ଷ ରହି ନଥିଲା । ଦୁହେଁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିବା ଫଳରେ ଦୁହେଁ ୧୩ ବର୍ଷ ପରେ ଅଲଗା ହୋଇଯାଇଥିଲେ । କରିସ୍ମା ସଞ୍ଜୟଙ୍କ ନାମରେ ଶାରୀରିକ କଷ୍ଟ ଦେବା ସହ ମାରପିଟ କରୁଥିବାର ଅଭିଯୋଗ ଆଣିଥିଲେ ।

Leave A Reply

Your email address will not be published.