OnaKhabar

ଡ୍ୟାନ୍ସରରୁ ନେତ୍ରୀ ହେଲେ ସପ୍ନା

61

ଚଣ୍ଡୀଗଡ: ହରିୟାଣାର ଦେଶୀ ଡ୍ୟାନ୍ସର ତଥା ବିଶିଷ୍ଟ କଣ୍ଠଶୀଳ୍ପି ସପ୍ନା ଚୌଧୁରୀଙ୍କୁ ନେଇ ଆଜି ପୁଣି ଚର୍ଚ୍ଚା ଦେଖିବାକୁ ମିଳିଛି । ବିଗବସ ରେ ନିଜର ପ୍ରତିଭା ଦେଖାଇବା ପରେ ସେ ଅନେକ ହିନ୍ଦୀ ଫିଲ୍ମରେ ଆଇଟମ୍ ସଙ୍ଗ କରି ଚର୍ଚ୍ଚାକୁ ଆସିଥିିଲେ । ତେବେ ହଠାତ୍ ହିନ୍ଦୀ ପିଲ୍ମ ଜଗତରୁ ଦୂରେଇ ଯିବା ପରେ ଏବେ ରାଜନୀତିରେ ତାଙ୍କ ନାମ ଉଠିଛି । ସେ ଆଜି ବିଜେପିରେ ସାମିଲ ହୋଇଛନ୍ତି । ତେବେ ବର୍ତ୍ତମାନ ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ସପ୍ନା ବିଜେପିରେ ସାମିଲ ହୋଇଛନ୍ତି । ହରିୟାଣାରେ ଆଗକୁ ହେବାକୁ ଥିବା ନିର୍ବାଚନରେ ତାଙ୍କୁ ଟିକେଟ ମିଳିପାରେ ବୋଲି କୁହାଯାଉଛି ।

ଉଲ୍ଲେଖନୀୟ, ହରିୟାଣା ସ୍ଥିତ ରୋହତକର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ସପ୍ନା ୧୨ ବର୍ଷ ବୟସରେ ନୃତ୍ୟ ଓ ସଙ୍ଗୀତକୁ ନିଜର ପେଶା ରୂପେ ଗ୍ରହଣ କରିଥିଲେ । ଏବେ ସେ ସାରା ଦେଶରେ ଏକ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ସହ କଣ୍ଠଶିଳ୍ପୀ ଭାବରେ ନିଜର ପରିଚୟ ସୃଷ୍ଟି କରି ସାରିଛନ୍ତି । ୨୦୧୮ ମସିହାରେ ଗୁଗଲରେ ସବୁଠାରୁ ଅଧିକ ଖୋଜା ଯାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସପ୍ନା ତୃତୀୟ ସ୍ଥାନରେ ରହିଥିଲେ ।