OnaKhabar

ଆହୁରି ଦୁଇଦିନ ବର୍ଷିବ

0 10

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆହୁରି ୪୮ ଘଣ୍ଟା ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି, କଟକ ଓ ଭୁବନେଶ୍ୱର ସହିତ କୌଣସି ଜିଲ୍ଲା ପାଇଁ ହେଭି ରେନ୍‌ଫଲ୍ ୱାର୍ଣ୍ଣଂ ଜାରି ହୋଇନାହିଁ । ତେବେ କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଝିପିଝିପି ବର୍ଷା ଲାଗି ରହିବ । ଓଡ଼ିଶାରେ ଜୁନ୍ ପହିଲାରୁ ଏଯାବତ୍ ସ୍ୱାଭାବିକ ବୃଷ୍ଟିପାତ ହୋଇ ନଥିବା ବେଳେ ଆଗକୁ ମୌସୁମୀ ବାୟୁ ଅଧିକ ସକ୍ରିୟ ରହିବ । ଏହାର ପ୍ରଭାବରେ ବର୍ଷା ସ୍ୱାଭାବିକ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି କହିଛନ୍ତି, ଝାରଖଣ୍ଡ ଉପରେ ଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ଏବେ ଲୋ ପ୍ରେସରରେ ପରିଣତ ହୋଇଛି । ଏବେ ଏହାର ପଶ୍ଚିମ ବିହାର ଓ ଝାରଖଣ୍ଡ ଉପରେ ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିକରେ ଭଲ ବର୍ଷା ହୋଇଛି । ସେ ଆହୁରି କହିଛନ୍ତି, ସମୁଦ୍ର ଅଶାନ୍ତ ରହୁଥିବାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୪୮ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜିଲ୍ଲାରେ ହେଭି ରେନ୍‌ ଫଲ୍ ୱାର୍ଣ୍ଣିଂ ଜାରି କରାଯାଇ ନାହିଁ ।

https://www.onakhabar.com/2019/07/rain-for-another-24-hours/

Leave A Reply

Your email address will not be published.