OnaKhabar

ଏହି ସବୁ ଉପାୟ ଜାଣି ରଖନ୍ତୁ,ମୋଟାପଣରୁ ଦୂରେଇ ରୁହନ୍ତୁ

53

ଭୁବନେଶ୍ୱର(ଓଏନ୍ଏ):ମୋଟାପଣ ଆଜିକାଲି ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ ହୋଇ ପଡିଛି । ଅଧିକାଂଶ ଲୋକଙ୍କ ମନରେ ଏହି ଚିନ୍ତାଧାରା ରହି ଆସିଛି ଯେ, ଅଧିକ ପରିମାଣରେ ଖାଦ୍ୟ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ପାଇଥାଏ । କିନ୍ତୁ ଏହି ଚିନ୍ତାଧାରା ସମ୍ପୂର୍ଣ୍ଣ ରୂପେ ଭୁଲ ଅଟେ । ଶରୀରରେ ହରମୋନ ସନ୍ତୁଳନ ଠିକ ନରହିଲେ ମଣିଷ ମୋଟା ହୋଇଥାଏ । ସେହିପରି ମେଟାବୋଲିଜିମ୍ ଦୁର୍ବଳ ହେଲେ ଶରୀରରେ ଖାଦ୍ୟ ଫ୍ୟାଟ ଆକାରରେ ଜମା ହୋଇ ମୋଟାପଣକୁ ବୃଦ୍ଧି କରିଥାଏ । ତେବେ ଜାଣି ରଖନ୍ତୁ କେଉଁ ସବୁ ଭୁଲ ପାଇଁ ଶରୀରରେ ମୋଟାପା ବୃଦ୍ଧି ପାଇଥାଏ …..
୧. ଅଧିକାଂଶ ଲୋକଙ୍କର ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ପରିବର୍ତ୍ତେ ଚା ପିଇବାର ଅଭ୍ୟସ ରହିଥାଏ ଯାହାଦ୍ୱାରା ପେଟ ଠିକ ରୂପେ ସଫା ହୋଇ ନଥାଏ ଏବଂ ଏହା ଦ୍ୱାରା ଶରୀରର ଓଜନ ବୃଦ୍ଧି ପାଇଥାଏ ।
୨. ମନୁଷ୍ୟ ପାଇଁ ସାଧାରଣତଃ ଦିନର ୨୪ ଘଣ୍ଟାରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ହେଲେ ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଠିକ ରୂପେ ଶୋଇବାକୁ ସମୟ ପାଇନଥାନ୍ତି । ଏହା ଦ୍ୱାରା ଶରୀରର ଓଜନ ବଢିଥାଏ ।
୩. କିଛି ଲୋକଙ୍କର ଶୋଇବା ସମୟରେ ମୋବାଇଲ ଓ ଟିଭି ଦେଖିବାର ଅଭ୍ୟାସ ମଧ୍ୟ ରହିଥାଏ ଯାହାକି ଓଜନ ବୃଦ୍ଧିର ଏକ ମୁଖ୍ୟ କାରଣ ହୋଇଥାଏ ।
୪. ଅନେକ ଲୋକଙ୍କର ଟିଭି ଦେଖି ଖାଇବାର ଅଭ୍ୟାସ ରହିଛି ଯାହାଦ୍ୱାରା ଖାଇବା ଉପରେ ଆଦୌ ଧ୍ୟାନ ରହେ ନାହିଁ ଓ କେତେ ପରିମାଣରେ ଖାଇବା ଖାଉଛନ୍ତି ସେ ପ୍ରତି ମଧ୍ୟ ନଜର ନଥାଏ । ଖାଦ୍ୟକୁ ସଠିକ ରୂପେ ଚୋବାଇ ନଖାଇଲେ ମଧ୍ୟ ଏହା ଶରୀରର ଓଜନ ବୃଦ୍ଧି କରିଥାଏ ।
୫. କୌଣସି ଶାରୀରିକ ସମସ୍ୟା ଉପୁଜିଲେ ଔଷଧ ଖାଇବା ନହାତି ଆବଶ୍ୟକ ହେଲେ ଛୋଟ ଛୋଟ ସମସ୍ୟାରୁ ଔଷଧ ଖାଇଲେ ଶରୀରର ଓଜନ ବୃଦ୍ଧି ପାଇଥାଏ ।