OnaKhabar

ଉପକାରୀ ଭୃଷଙ୍ଗ ପତ୍ର

0 55

ଭୁବନେଶ୍ୱର(ଓଏନ୍ଏ):ଭୃଷଙ୍ଗ ପତ୍ର ସାଧାରଣତଃ ଖାଦ୍ୟ ପ୍ରସ୍ତୁତରେ ବ୍ୟବହୃତ ହୋଇଥାଏ ବୋଲି ସମସ୍ତେ ଜାଣିଥିବେ । ଭୃଷଙ୍ଗ ପତ୍ର ଦକ୍ଷିଣ ଭାରତରେ ଲୋକେ ବିଭିନ୍ନ ଖାଦ୍ୟ ଯେପରି ସାମ୍ଭାର, ବଡ଼ା ଆଦିରେ ପକାନ୍ତି । ଭୃଷଙ୍ଗ ପତ୍ର ଖାଦ୍ୟର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ଭୃଷଙ୍ଗ ପତ୍ର ଶରୀରକୁ ପ୍ରଚୁର ମାତ୍ରାରେ ଆଇରନ ଯୋଗାଇଥାଏ । ଏଥିରେ ଫଲିକ ଏସିଡ଼ ମଧ୍ୟ ରହିଥାଏ । ଭୃଷଙ୍ଗ ପତ୍ର ଆଇରନ ଓ ଫଲିକ ଏସିଡ଼ର ମାତ୍ରା ବୃଦ୍ଧି କରାଇବା ସହ ଏନିମିଆର ଅଭାବ ପୂରଣ କରିଥାଏ । ଏହା ସହ ଲିଭରକୁ ମଧ୍ୟ ସୁରକ୍ଷିତ ରଖିବାରେ ସାହାଯ କରିଥାଏ ଭୃଷଙ୍ଗ ପତ୍ର । ଭୃଷଙ୍ଗ ପତ୍ରରେ ଫାଇଭର ଭରି ରହିଥାଏ । ଯାହା ଖାଇବା ଦ୍ୱାରା ଆମ ଶରୀରରେ ବ୍ଲଡ଼ ସୁଗାରକୂ ନିୟନ୍ତ୍ରିତ ରହେ । ଭୃଷଙ୍ଗ ପତ୍ର ଶରୀରରେ ଖରାପ କଲେଷ୍ଟୋଲର ମାତ୍ରାକୁ କମ କରି ଭଲ କଲେଷ୍ଟୋଲକୁ ବଢାଇଥାଏ ।

Leave A Reply

Your email address will not be published.