OnaKhabar

ମାଉସୀ ଘରେ ଶ୍ରୀଜିଉଙ୍କ ବନକ ଲାଗି ନୀତି

46

ପୁରୀ: ଆଜି ମାଉସୀ ଘରେ ତିନି ଠାକୁରଙ୍କର ବନକ ଲାଗି ନୀତି ହେବ । ମଧ୍ୟାହ୍ନ ଧୂପ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଆଡ଼ପ ମଣ୍ଡପରେ ବନକ ଲାଗି ହେବ । ଏଣୁ ରାତି ୯ଟା ପରଠାରୁ ଆଜି ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ବନକ ଲାଗି ନୀତି ପାଇଁ ୮ରୁ ୧୦ ଜଣ ଦତ୍ତମହାପାତ୍ର ସେବକ ମିଶି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିବେ | ପହୁଡ଼ ଆଳତି ପରେ ଦୁଆର ପଡ଼ିବ । ଏହାପରେ ସେବାୟତମାନେ କସ୍ତୁରୀ, କେଶର, ହେଙ୍ଗୁଳ ଓ ହରତାଳର ମିଶ୍ରଣରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରୀମୁଖ ସିଂହାର କରିବେ ।

https://www.onakhabar.com/2019/06/192-trains-will-ply-during-puri-rath-yatra/