OnaKhabar

ଏକାଠି ହୋଇପାରନ୍ତି ସୁଜାନ ଓ ହ୍ରିତିକ

0 1

ନୂଆଦିଲ୍ଲୀ: ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିକ୍ ରୋଶନ ଓ ସୁନ୍ଦରୀ ପତ୍ନୀ ସୁଜାନ ଖାନଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହେଁ ପୁଣି ଏକତ୍ରିତ ବୁଲୁଥିବାର ଦେଖିବାକୁ ମିଳିଛନ୍ତି । ତେବେ ତାଙ୍କର ଏପରି ଏକତ୍ରିତ ବୁଲିବାକୁ ନେଇ ଅନେକ ପ୍ରଶ୍ନ ଉଠାଉଥିବା ବେଳେ ହ୍ରିତିକ କିନ୍ତୁ ଏହା ପାଇଁ ଉତ୍ତର ରଖିଛନ୍ତି । ସେ କହିଛନ୍ତି, ଦୁଇ ପୁଅ ଲାଗି ତାଙ୍କ ବନ୍ଧୁତ୍ୱ କେବେହେଲେ ଘୃଣାରେ ପରିଣତ ହୁଏନାହିଁ । ଯଦି ଏହା ଘୃଣାରେ ପରିଣତ ହୁଏ ତେବେ ତାହା କେବେ ପ୍ରେମ ନଥିଲା । ପ୍ରେମର ଅନ୍ୟ ପାଶ୍ୱର୍ଟି ସବୁବେଳେ ପ୍ରେମ ହିଁ ହୋଇଥାଏ । ଯେବେ ଆପଣ ଏ ସବୁ ବୁଝିଯିବେ ସେବେ ଆପଣ ପ୍ରେମ ରାସ୍ତାକୁ ପୁଣି ଫେରି ଆସିବେ ବୋଲି ପ୍ରକାଶ କରିଛନ୍ତି ହ୍ରିତିକ । ତେବେ ତାଙ୍କର ଏଭଳି ମତ ଏହା ହିଁ ସାବ୍ୟସ୍ତ କରୁଛି ଯେ ସେ ପୁଣି ସୁଜାନଙ୍କ ସହ ଏକାଠି ରହିବାକୁ ଚାହୁଁଛନ୍ତି । ତେବେ ସେ ସତରେ କଣ ଚାହୁଁଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କିଛି କହୁ ନାହାନ୍ତି ।

ହ୍ରିତିକଙ୍କ ବିଷୟରେ ଅଳ୍ପରେ….

ହ୍ରିତିକ ଓ ସୁଜାନ ପିଲାଦିନର ଅନ୍ତରଙ୍ଗ ବନ୍ଧୁ ଥିଲେ । ତେବେ ଏହି ବନ୍ଧୁତା ପରେ ପ୍ରେମରେ ପରିଣତ ହେଲା । ପରେ ୨୦୦୦ ମସିହାରେ ହ୍ରିତିକ ସୂଜାନଙ୍କୁ ବିବାହ କରିଥିଲେ । ଦୁହେଁ ଏହି ବିବାହରେ ସମ୍ପୂର୍ଣ୍ଣ ରୂପେ ଖୁସିଥିଲେ । ହେଲେ କୌଣସି କାରଣରୁ ଦୁହିଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମତାନ୍ତର । ଶେଷରେ ୨୦୧୩ ରେ ଦୁହେଁ ଅଲଗା ହୋଇଯାଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ଦୁହିଁଙ୍କୁ କେବେବି ଅଲଗା ଦେଖିବାକୁ ମିଳିନାହିଁ । ସବୁ ପାର୍ଟି ତଥା ଉତ୍ସବରେ ଦୁହେଁ ଏକାଠି ନଜରକୁ ଆସିଥାନ୍ତି । ନିଜର ଦୁଇ ପୁଅଙ୍କୁ ନେଇ ଏମାନେ ଅଧିକାଂଶ ସମୟ ବାହାରକୁ ଛୁଟି ମନାଇବାକୁ ମଧ୍ୟ ଯାଇଥାନ୍ତି ।

Leave A Reply

Your email address will not be published.