OnaKhabar

ପାଟକୁରା: ଜିତିବାକୁ ନେଇ ବିଜେପି-ବିଜେଡି ଆଶାବାଦୀ

0 12

କେନ୍ଦ୍ରାପଡା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଏବେ ରାଜନୈତିକ ଦଳଗୁଡିକ ଚଳଚଞ୍ଚଳ ହୋଇ ପଡିଛନ୍ତି । ବିଜେଡି ନେତାମାନେ ପାଟକୁରାରେ ଡେରା ପକାଇବା ଆରମ୍ଭ କଲେଣି । କୁହାଯାଉଛି ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାରୁକୁ ଯିବେ । କେନ୍ଦ୍ରାପଡାରେ ରହି ଦୁଇ ଦିନ ପ୍ରଚାରକୁ ଆସିବେ । ଅନ୍ୟ ପଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରରେ ପହଁଞ୍ଚିବା ପରେ ପାଟକୁରା ନିର୍ବାଚନ ଉପରେ କହିଛନ୍ତି, ବିଜେପି ଏଥର ନିଶ୍ଚୟ ଜିତିବ । ଦଳ ପୂରା ଦମରେ ଜିତିବା ପାଇଁ ଉଦ୍ୟମ କରିବା ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଠାରେ ମଧ୍ୟ ବିଜେପି- ବିଜେଡି ମଧ୍ୟରେ ଲଢେଇ ହେବ । ହେଲେ କିଏ କାହା ବିରୋଧରେ କି ପ୍ରକାରର ମତ ରଖିପାରୁଛନ୍ତି ତାହା ଉପରେ ରହିଛି ନଜର ।
ଏହି ନିର୍ବାଚନରେ ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଲଢୁଥିଲା ବେଳେ ବିଜେଡିରୁ ସ୍ୱର୍ଗତ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପତ୍ନୀ କୌଶଲ୍ୟ ଅଗ୍ରଓ୍ବାଲ ପ୍ରଥମଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ ବି ପ୍ରାର୍ଥୀ ଦେଇଛି । କିନ୍ତୁ କଂଗ୍ରେସ କେତେ ଦୂର ଗୁରୁତର ସହ ଲଢିବ ତାହା ହେଉଛିି ବଡ ପ୍ରଶ୍ନ ।
୨୦୦୦ ମସିହାରେ ବିଜୟ ଆଉ ବିଧାନସଭା ଆସିପାରୁନାହାନ୍ତି । ନବୀନ ପଟ୍ଟନାୟକ ତାଙ୍କ ବାଟକୁ ଅଟକାଇ ରଖିଛନ୍ତି । କୌଣସି ପରିସ୍ଥିତିରେ ତାଙ୍କୁ ବିଧାନସଭାକୁ ଆସିବାକୁ ଦେଉ ନାହାନ୍ତି । ଏଥର ମଧ୍ୟ ସେ ଉକ୍ତ ଆଭିମୁଖ୍ୟ ଜାରି ରଖିବେ ବୋଲି କୁହାଯାଉଛି । ବିଜୟ ଯେପରି ଆସି ନ ପାରିବେ ସେଥିପାଇଁ ମଧ୍ୟ ନବୀନ ତାଙ୍କ ସେନାବାହିନୀଙ୍କୁ ପାଟକୁରାରେ ମୁତୟନ କରିସାରିଛନ୍ତି । ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କୁ ବହୁ ଆଗରୁ ନିୟୋଜିତ କରିଛନ୍ତି । ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ପ ର୍ଯ୍ୟନ୍ତ ଦାୟିତ୍ୱ ଦିଆଯାଇଛି । ଗୋଟେ ଗୋଟେ ପଞ୍ଚାୟତରେ ଜଣେ ଜଣେ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ନବୀନ ନିଜେ ପ୍ରଚାର ମଇଦାନକୁ ମଧ୍ୟ ଓହ୍ଲାଇବେ । ଗୋଟିଏ ନିର୍ବାଚନ ମଣ୍ଡଳିରେ ଭୋଟ ହେଉଥିବାରୁ ବିଜେଡି ପୂରା ଦମରେ ଲାଗିବ ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପଟେ ବିଜେଡି କ୍ଷମତାକୁ ଆସିବା ପରେ ଏହା ପ୍ରଥମ ନିର୍ବାଚନ ହୋଇଥିବାରୁ ଦଳ ଓ ନେତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଏ ନିର୍ବାଚନରେ ବିଜେଡି ଯଦି ହାରିଯାଏ ତେବେ ସୁପ୍ରିମୋଙ୍କ ପ୍ରତିଷ୍ଠା ଉପରେ ଆଞ୍ଚ ଆସିବ । ଏଣୁ ବିଜେଡି ଯେପରି ହେଉ ସମ୍ମାନ ବଞ୍ଚାଇବା ପାଇଁ ଉଦ୍ୟମ କରିବ ।
ଏହାଛଡା ବିଜୟ ମହାପାତ୍ର ଏହି ଆସନରୁ ଲଢୁଥିବାରୁ ଉକ୍ତ ନିର୍ବାଚନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି । ବିଜେପି ପାଇଁ ମଧ୍ୟ ଏହା ସମ୍ମାନର ପ୍ରଶ୍ନ ହୋଇଛି । ଦଳ ଯଦି ଏଠାରେ ଜିତେ ତେବେ ନବୀନଙ୍କ ପାଇଁ ବଡ ଅପମାନଜନକ ପରିସ୍ଥିତି ହେବ । ସେଥିପାଇଁ ବିଜେପି କେତେ ଦୂର ଆନ୍ତରିକତାର ସହ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଲଢିବ ତାହା ହେଉଛି ବଡ ପ୍ରଶ୍ନ ବୋଲି କୁହାଯାଉଛି । ଆଉ ଏକ କଥା କୁହାଯାୁଛି ବିଜୟ ଯଦି ଏହି ନିର୍ବାଚନରେ ହାରି ଯାଆନ୍ତି ବୋଧହୁଏ ତାଙ୍କର ନିର୍ବାଚନ ରାଜନୀତିରେ ଏକ ପ୍ରକାରର ଡୋରି ବାନ୍ଧିଲା ଭଳି କାର୍ଯ୍ୟ ହେବ । ତାଙ୍କ ପାଇଁ ବିଧାନସଭା ଆସିବା ଏକ ପ୍ରକାରର ସ୍ୱପ୍ନ ହୋଇଯିବ । ବେଦପ୍ରକାଶଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପାଇଁ ଅନୁକମ୍ପା ଭୋଟ ବିଜୟଙ୍କ ଲାଗି ସମସ୍ୟା ହୋଇପାରେ ବୋଲି କୁହାଯାଉଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,ପାଟକୁରା ନିର୍ବାଚନରେ ବିଜେପି ଜିତିବ । ଏ ଆତ୍ମବିଶ୍ୱାସ ଆମର ରହିଛି । ବିଜୟ ମହାପାତ୍ରଙ୍କ ପ୍ରତି ପାଟକୁରା ନିର୍ବାଚନମଣ୍ଡଳିରେ ଏକ ଅନକମ୍ପା ମଧ୍ୟ ରହିଛି । ବହୁଦିନ ହେଲା ବିଜୟ ଜିତି ପାରିନାହାନ୍ତି । ଏଥର ଲୋକସଭା ନିର୍ବାଚନରେ ଜନସାଧାରଣ ଯେଭଳି ଭାବରେ ବିଜେପିକୁ ସସର୍ମଥନ ଦେଇଛନ୍ତି ସେଥିରେ ବିଜୟ ମହାପାତ୍ର ସେଠାରେ ଜିତିବେ ବୋଲି ଆମେ ଆଶାବାଦୀ ଥିବା ନେଇ ଧର୍ମେନ୍ଦ୍ର କହିଛନ୍ତି ।

Leave A Reply

Your email address will not be published.