OnaKhabar

ଯୌତୁକ ପାଇଁ ବଳି ପଡିଲେ ନବବଧୂ

0 0

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଥାନା ଅନ୍ତର୍ଗତ କର୍ଲାସୋଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଘର ଭିତରୁ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ଦିପୀକା ରଣା ଓ ତାଙ୍କ ସ୍ୱାମୀ ଜିତେନ୍ଦ୍ର ରଣା । ଯୌତୁକ ପାଇଁ ଦିପୀକାଙ୍କ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଦିପୀକାଙ୍କ ବାପଘର ଲୋକେ ଥାନାରେ ଏତାଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିପୀକା ଓ ଜିତେନ୍ଦ୍ରଙ୍କ ବିବାହ ହୋଇଥିଲା । ହେଲେ ବାହାଘର ପରେ ଲଗାତର ଶାଶୁ ଘରେ ତାଙ୍କୁ ଯୌତୁକ ପାଇଁ ଶାରୀରିକ ତଥା ମାନସିକ ଯନ୍ତ୍ରଣା ଦିଆ ଯାଉଥିଲା ବୋଲି ଦିପୀକାଙ୍କ ବାପା ଅଭିଯୋଗ କରିଛନ୍ତି । ସେହିପରି ଏବେ ମଧ୍ୟ ପିଟିପିଟି ଦିପୀକାଙ୍କୁ ତାଙ୍କ ଶାଶୁଘର ଲୋକେ ହତ୍ୟା କରିଛନ୍ତି ବୋଲି କହିଛନ୍ତି ତାଙ୍କ ବାପା । ତେବେ ଏନେଇ ପୁଲିସ ନିଜର ତଦନ୍ତ ଅରମ୍ଭ କରି ସାରିଛି ଓ ଦିପୀକାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି ପୁଲିସ ତରଫରୁ ପ୍ରକାଶିତ । ମୃତ ଯୁବତୀଙ୍କ ସ୍ୱାମୀ ଜିତେନ୍ଦ୍ରଙ୍କୁ ଥାନାରେ ଅଟକ ରଖା ଯାଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.