OnaKhabar

ପ୍ରେମିକକୁ ଅପହରଣ କରି ବିବାହ କଲା ସାହାସୀ ପ୍ରେମିକା

0 14

ପାଟଣା: ପ୍ରେମରେ ଆଜି ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି । ଜଣେ ପ୍ରେମିକା ତାର ପ୍ରେମିକକୁ ଅପହରଣ କରି ବିବାହ କରିଥିବାର ଜଣାପଡିଛି । ଏପରି ଘଟଣା ପାଟଣାର ନାଳନ୍ଦା ଜିଲ୍ଲାରେ ଘଟିଛି । ପ୍ରେମିକର ପରିବାର ଲୋକେ ପ୍ରେମିକା ବିରୋଧରେ ଅପହରଣ ମାମଲା ରୁଜୁ କରିଛନ୍ତି । ତେବେ ମାମଲା ରୁଜୁ ହେବା ପରେ ପ୍ରେମିକା ପରିବାର ଲୋକେ ଅଡୁଆରେ ଥିବା ଜଣାପଡିଛି । ଏହି କୋର୍ଟ ବର୍ତ୍ତମାନ କୋର୍ଟରେ ପହଁଞ୍ଚିଲାଣି । ପ୍ରେମିକ ଜଣଙ୍କ କୋର୍ଟରେ କିନ୍ତୁ କହିଛନ୍ତି ଯେ, ତାଙ୍କୁ ଅପହରଣ କରାଯାଇ ପାରି ନାହିଁ । ଉଭୟ ନିଜ ଇଚ୍ଛାରେ ଘର ଛାଡି ବିବାହ କରିଥିବା କହିଛନ୍ତି । ପ୍ରେମିକା ଜଣଙ୍କ ହାଜିପୁରର କାଜଲ ଓ ପ୍ରେମିକ ଜଣଙ୍କ ନୀମଗଞ୍ଜରର ରାହୁଲ ।
ସୂଚନାନୁଯାୟୀ, ଉଭୟ ଉଭୟଙ୍କୁ ଖୁବ ଭଲ ପାଉଥିବା ବେଳେ କିନ୍ତୁ ସେମାନଙ୍କ ପରିବାର ସ୍ୱୀକାର ମିଳିନଥିଲା । ଶେଷରେ ସେମାନେ ବାଧ୍ୟ ହୋଇ ଘରୁ ପଳାଇଥିଲେ । ପରେ ଘନେଶ୍ୱରଘାଟ ମନ୍ଦିରରେ ବିବାହ କରିଥିଲେ । ତେବେ ତାଙ୍କର ଏପରି ପରିସ୍ଥିତିରେ ପରିବାରର ସାଥ ମିଳୁନଥିବାରୁ ସେମାନେ ଆତ୍ମହତ୍ୟା କରିବାକୁ ଚାହୁଁଥିବା ଜଣାଇଛନ୍ତି ।

Leave A Reply

Your email address will not be published.