OnaKhabar

ବେଦାନ୍ତରେ ଲାଗିଲା ନିଆଁ, ୭ ଶ୍ରମିକ ଗୁରୁତର

0 2

ଝାରସୁଗୁଡା: ଆଜି ରାଜ୍ୟରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ବେଦାନ୍ତରେ ନିଆଁ ଲାଗି ୭ ଜଣ ଆହତ ହୋଇଥିବାର ସୂଚନା ମିଳିଛି । ତେବେ ନିଆଁ ଲାଗିଥିବା ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଲରେ ପହଁଞ୍ଚିଥିବାର ଜଣାପଡିଛି । ଏହି ନିଆଁ ଜିଏବି ଅଏଲ ରିଫ୍ଲେକ୍ଟରରେ ନିଆଁ ଲାଗିବା ଫଳରେ ଏପରି ଭୟନକ ନିଆଁ ଲାଗିଥିଲା । ସମ୍ପୁକ୍ତ ସ୍ଥାନରେ ଶ୍ରମିକ କାମ କରୁଥିବା ବେଳେ ହଠାତ ନିଆଁ ଲାଗି ଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନାହିଁ । ତେବେ କେତେ ଜଣ ଶ୍ରମିକ ସେଟାରେ ନିୟୋଜନ ଥିଲେ ଏବଂ କେତେ ଜଣଙ୍କର ପ୍ରାଣ ହାନୀ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।

https://www.onakhabar.com/2019/07/minor-rape-case-at-udala/

 

Leave A Reply

Your email address will not be published.