OnaKhabar

ଏହି ରୋଗକୁ ନିୟନ୍ତ୍ରଣ କରିଥାଏ ପୋଟଳ, ଦେଖନ୍ତୁ ଏହି ଖବରରୁ…..

0 362

ଭୁବନେଶ୍ୱର(ଓଏନ୍ଏ): ସାଧାରଣତଃ ପରିବା ଖାଇବା ଦ୍ୱାରା ଆମ ଶରୀରକୁ ନାନା ପ୍ରକାର ସୁଫଳ ମିଳିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ତେବେ ପରିବା ମାନଙ୍କ ମଧ୍ୟରୁ କିନ୍ତୁ ପୋଟଳ ଶରୀର ପାଇଁ ଅତି ଲାଭଦାୟକ ହୋଇଥାଏ । ପୋଟଳରେ ଅଧିକ ପରିମାଣରେ ଭିଟାମିନ୍ ଏ, ଭିଟାମିନ ସି ରହିଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ । ଏହାସହ ଏଥିରେ ଥିବା ଆଂଟି ଅକ୍ସିଡେଣ୍ଟ ଶରୀରର ଗ୍ୟାସ ତଥା ଏସିଡିଟି ଜନିତ ସମସ୍ୟାରୁ ଆମକୁ ମୁକ୍ତି ଦେଇଥାଏ । ଏଥିସହ ଆଉ କେଉଁ ପ୍ରକାରର ସହାୟତା କରିଥାଏ ଆସନ୍ତୁ ଜାଣିବା……
୧. ଶରୀରର ରକ୍ତକୁ ସଫା କରିବାରେ ପୋଟଳ ସାହାଯ୍ୟ କରିଥାଏ ।
୨. ପୋଟଳ ଖାଇବା ଦ୍ୱାରା ହାଡ ସୁସ୍ଥ ରହିବା ସହିତ ମୁଜବୁତ ମଧ୍ୟ ହୋଇଥାଏ ।
୩. ପୋଟଳରେ ଫାଇବର ଅଧିକ ପରିମାଣର ରହିଥିବା ହେତୁ ଶରୀରରେ ହଜମ ପକ୍ରିୟା ସଠିକ ରୂପେ ହୋଇ ପାରିଥାଏ ।
୪. ପୋଟଳ ଶରୀରର କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

Leave A Reply

Your email address will not be published.