OnaKhabar

ଜନ୍ମ ଦିନରେ ଫ୍ୟାନଙ୍କୁ ଉସ୍ଥାହିତ କଲେ ରଣବୀର ସିଂହ

0 3

ମୁମ୍ବାଇ: ବଲିଉଡର ଖିଲଜି ଅଭିନେତା ରଣବୀର ସିଂହଙ୍କର ଆଜି ୩୪ତମ ଜନ୍ମଦିନ । ଏହି ଅବସରରେ ନିଜର ଅପକମିଙ୍ଗ୍ ଫିଲ୍ମ ‘୮୩’ ର ପ୍ରଥମ ଲୁକ୍କୁ ନିଜର ଶୋସିଆଲ ମିଡିଆରେ ସେୟାର କରି ଫ୍ୟାନଙ୍କୁ ଉସ୍ଥାହିତ କରିଛନ୍ତି ରଣବୀର । ଫିଲ୍ମ ‘୮୩’ ରେ ରଣବୀରଙ୍କୁ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଭୂମିକାରେ ଦେଖିବାକୁ ମିଳିବ । ଏହି ଫଟୋରେ ସେ କପିଲଙ୍କ ଗେଟଅପ୍ ରେ ଥିବା ବେଳେ ତାଙ୍କ ଆଖିରେ କପିଲଙ୍କ ଭଳି ଜୋସ୍ ମଧ୍ୟ ରହିଛି ।
ଫିଲ୍ମ ‘୮୩’ ୧୯୮୩ ମସିହାରେ ହୋଇଥିବା ବିଶ୍ୱକପ ଉପରେ ଆଧାରିତ ଯେଉଁ ସମୟରେ କପିଲ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୂପେ କାର୍ଯ୍ୟ କରୁଥିଲେ । ତେବେ କପିଲଙ୍କ ନେତୃତ୍ୱରେ ଭାରତ କିପରି ବିଶ୍ୱକପ ଜିତିଲା ସେ କାହାଣୀ ଉପରେ ଫିଲ୍ମଟି ଆଧାରିତ । ନିଜର ଭୂମିକାକୁ ଫିଲ୍ମରେ ଜବରଦସ୍ତ କରିବା ପାଇଁ ଲାଗି ପଡିଛନ୍ତି ରଣବୀର । ଏଥିପାଇଁ ଭଲଭାବରେ କ୍ରିକେଟ ଖେଳର ଅଭ୍ୟସ ଜାରି ରଖିବା ସହ କପିଲଙ୍କ ବିଷ୍ୟରେ ଅଧିକ ଜାଣିବା ପାଇଁ ତାଙ୍କ ଘରେ ମଧ୍ୟ ସମୟ ବିତାଇଛନ୍ତି ରଣବୀର ସିଂହ ।

Leave A Reply

Your email address will not be published.