OnaKhabar

ବର୍ଷାରେ ଭୁଶୁଡ଼ିଲା ରତ୍ନଗିରିରେ ଡ୍ୟାମ, ୨ ମୃତ, ୨୩ ନିଖୋଜ

0 29

ମୁମ୍ବାଇ: ରାଜ୍ୟ ଓ ରାଜ୍ୟ ବାହାରେ ଲଗାଣ ବର୍ଷା ଲାଗି ଅନେକ ଧନ ଜୀବନ ନଷ୍ଟ ହୋଇଥିବାର ଦେଖିବାକୁ ମିଳୁଛି | ଏହି ପରିପେକ୍ଷରେ ଆଜି ମହାରାଷ୍ଟ୍ରରେ ଲଗାଣ ବର୍ଷା ଲାଗି ମଙ୍ଗଳବାର ୩୭ ଜଣଙ୍କର ମୃତ୍ୟୁ ହେବା ପରେ ବୁଧବାର ରତ୍ନଗିରିର ତିଭରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିିଳିଛି । ପ୍ରବଳ ବର୍ଷାରେ ଏଠାରେ ଥିବା ଡ୍ୟାମ ଭୁଶୁଡ଼ିବାରୁ ଏହି ଘଟଣା ଘଟିଛି । ଡ୍ୟାମରୁ ନିର୍ଗତ ବନ୍ୟା ଜଳରେ ୨୩ ଜଣ ନିଖୋଜ ଅଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ଏନଡିଆରଏଫ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ଡ୍ୟାମ ଭୁଶୁଡ଼ିବାରୁ ୭ଟି ଗାଁ ଜଳମଗ୍ନ ହୋଇଛି । ଅଚାନକ ହୋଇଥିବା ଦୁର୍ଘଟଣାରେ ୨୩ ଜଣ ନିଖୋଜ ଥିବା ବେଳେ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମଙ୍ଗଳବାର-ବୁଧବାର ବିଳମ୍ବିତ ରାତିରେ ଡ୍ୟାମ ଭାଙ୍ଗିବା ପରେ ଆଖପାଖ ଅଚଂଳରେ ଅଚାନକ ବନ୍ୟା ସୃଷ୍ଟି ହୋଇଛି । ସ୍ଥାନୀୟ ପ୍ରଶାସନ, ପୋଲିସ ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଉଦ୍ଧାର କାମରେ ଲାଗିଛନ୍ତି । ଏତଦ ବ୍ୟତୀତ ଏନଡିଆରଏଫ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଉଦ୍ଧାର ହୋଇଥିବା ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

https://www.onakhabar.com/2019/07/husband-murder-his-wife-in-up/

 

Leave A Reply

Your email address will not be published.