OnaKhabar

ରାଜସ୍ଥାନରେ ଶିଶୁକୁ ଦୁଷ୍କର୍ମ ପରେ ବ୍ୟାପକ ହିଂସା କାଣ୍ଡ

52

ରାଜସ୍ଥାନ: ଦିନକୁ ଦିନ ଦେଶ ତଥା ରାଜ୍ୟରେ ଶିଶୁ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ରାଜସ୍ଥାନର ନୟପୁରରରେ ପୁଣି ଘଟିଛି ଏପରି ବିଭତ୍ସ କାଣ୍ଡ । ୭ ବର୍ଷର ଏକ ଶିଶୁକୁ ଅପହରଣ ପରେ ଦୁଷ୍କର୍ମ କାଣ୍ଡ ଘଟାଇଛି ଦୁର୍ବୃତ । ଶିଶୁଟି ସୋମବାର ସଂନ୍ଧ୍ୟାରେ ଶାସ୍ତ୍ରୀନଗର ସ୍ଥିତ ତାଙ୍କ ଘର ବାହାରେ ଖେଳୁଥିଲା ସେହି ସମୟରେ ଜଣେ ବ୍ୟକ୍ତି ବାଇକ ସାହାଯ୍ୟରେ ଆସି ଶିଶୁଟିକୁ ଅପହରଣ କରିନେଇ ତା ସହ ଦୁଷ୍କର୍ମ କରିଥିଲା । ଏହା ପରେ ସେ ଶିଶୁକୁ ଏକ କେନାଲ ପାଖେ ଛାଡି ଚାଲି ଯାଇଥିଲା । ପରିବାର ଲୋକେ ବହୁତ ଖୋଜାକୋଜି କରିବାର ୨ ଘଂଟା ପରେ ଶିଶୁକୁ ଅଚେତ ଅବସ୍ଥାରେ କେନାଲ ପାଖରୁ ପାଇଥିଲେ । ତୁରନ୍ତ ଝିଅଟିକୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଏବେବି ତାର ଅବସ୍ଥା ସଙ୍କଟାପଣ୍ଣ ଥିବାର ସୂଚନା ମିଳିଛି । ତେବେ ଏହି ଘଟଣାରୁ ପରିବାର ତଥା ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ପୁଲିସ ଷ୍ଟେସନ ଆଗରେ ନ୍ୟାୟ ପାଇଁ ବିକ୍ଷୋଭ କରିବା ସହ ଥାନା ପାଖରେ ଥିବା ଏକ ଗାଡି ଭାଙ୍ଗି ଦେଇଛନ୍ତି । ବଭିନ୍ନ ସ୍ଥାନରେ ନିଆଁ ଜଳାଇ ଲୋକମାନେ ବିକ୍ଷୋଭ କହରୁଥିବାରୁ ପୁଲିସ ଅତିରିକ୍ତ ଫୋର୍ସ ମୁତୟନ କରିବା ସହ ୧୬ ଜଣଙ୍କୁ ହିଂସା କାଣ୍ଡ ଅପରାଧରେ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଏକ୧୪ ଜଣିଆ ଟିମ ଗଠନ କରିଛି ଓ ଏହି ଘଟଣା ସୋଶିଆଲ ମିଡିଆରେ ଅତ୍ୟଧିକ ଭାବେ ପ୍ରଚାର ହେଉଥିବାରୁ ୧୩ଟି ପୁଲିସ ଷ୍ଟେସନ ଅନ୍ତର୍ଗତ ଅଂଚଳର ଇନ୍ଟରନେଟ ସେବାକୁ ବନ୍ଦ କରି ଦିଆ ଯାଇଛି ।