OnaKhabar

ପୁଣି ଚର୍ଚ୍ଚାରେ ଆଲିଆ-ରଣବୀର

0 2

ମୁମ୍ବାଇ:ବଲିଉଡର କ୍ୟୁଟ କପଲ ଭାବେ ଆଲିଆ ଓ ରଣବୀର ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । ନ୍ୟୁୟର୍କରେ କ୍ୱାଲିଟି ଟାଇମ ବିତାଇ ଫେରିବା ପରେ ଗତକାଲି ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି ଏହି ଦୁଇ ସିନେ ତାରକା । କ୍ୟାମେରା ସାମ୍ନାକୁ ଆସିବା ପରେ ଆଲିଆଙ୍କ ଚେହେରାରେ ହସ ଫୁଟି ଉଠିଥିବା ବେଳେ ଗଣ ମାଧ୍ୟମରୁ ଦୂରେଇ ରହିବା ପାଇଁ ରଣବୀର କପୁର ନିଜ ଚେହେରାକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଥିଲେ ।
ସୂଚନାଯୋଗ୍ୟ, କ୍ୟାନସରରେ ପିଡୀତ ରିଷି କପୁର ନିଜର ଚିକିତ୍ସା ପାଇଁ ଅଧିକାଂଶ ସମୟ ରହିଥାନ୍ତି ନ୍ୟୁୟର୍କରେ ଏବଂ ସର୍ବଦା କପୁର ପରିବାରର ସମସ୍ତ ସଦସ୍ୟ ଯାଇଥାନ୍ତି ତାଙ୍କୁ ଭେଟିବାକୁ । ହେଲେ ଏଥର କପୁର ପରିବାର ସଦସ୍ୟଙ୍କ ସହ ଆଲିଆ ମଧ୍ୟ ନଜରକୁ ଆସିଥିଲେ ନ୍ୟୁୟର୍କରେ । ନିକଟରେ ରଣବୀର ଓ ଆଲିଆଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ଶେଷ ହୋଇଯାଇଛି । ହେଲେ ପରସ୍ପର ସହ ସମୟ ବିତାଇବା ପାଇଁ ଏମାନଙ୍କୁ ନ୍ୟୁୟର୍କରେ ସୁଯୋଗ ମିଳିଥିଲା ଏବଂ ଗତ କାଲି ଏମାନେ ଫେରିଛନ୍ତି ମୁମ୍ବାଇ । କିନ୍ତୁ ଏପର୍ଯ୍ୟନ୍ତ ଏହି ଦୁଇ ଜଣଙ୍କ ମଧ୍ୟରୁ କେହିବି ନିଜ ରିଲେସନସିପର ଅଫିସିଆଲ ଷ୍ଟେଟମେଂଟ ଦେଇନାହାଁନ୍ତି ।

Leave A Reply

Your email address will not be published.