OnaKhabar

ରାଜ୍ୟର ତିନି ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ

0 15

ଭୁବନେଶ୍ୱର: ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ତିନିଟି ବିଶ୍ୱବିଦ୍ୟାଳୟକୁ ନୋଟିସ୍ ଜାରି କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳ ସଚିବଙ୍କୁ ଏହି ନୋଟିସ୍ ହୋଇଛି । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପକ୍ଷରୁ ମିଳିଥିବା ସହାୟତା ରାଶିକୁ ସଠିକ୍ ଉପାୟରେ ଖର୍ଚ୍ଚ ହୋଇନଥିବା କିମ୍ବା ଖର୍ଚ୍ଚ ହୋଇଥିଲେ ବି କାମ ମନ୍ଥର ଗତିରେ ଚାଲିଥିବାକୁ ନେଇ ଏହି ନୋଟିସ୍ ଜାରି କରାଯାଇଛି । ଏହି ତିନି ବିଶ୍ୱବିଦ୍ୟାଳୟକୁ  RUSA ଗ୍ରାଣ୍ଟ୍‌ ଦ୍ୱାରା କ୍ୟାମ୍ପସର୍ ଉନ୍ନୟନ ପାଇଁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ହେଲେ ଏହାକୁ ଠିକ୍ ଭାବରେ ଖର୍ଚ୍ଚ ହୋଇନଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗ ପକ୍ଷରୁ ଏକ ଟିମ୍ ଯାଞ୍ଚ କରିବା ପରେ ରିପୋର୍ଟ ପ୍ରଦାନ କରିଥିଲା । ଯାହାକୁ ଅଧାର କରି ତିନି ବିଶ୍ୱବିଦ୍ୟାଳୟର କୁଳ ସଚିବ ଏବଂ ଆର ଆଣ୍ଡ ବି ର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି କରାଯାଇଛି ।

https://www.onakhabar.com/2019/07/makdril/

 

Leave A Reply

Your email address will not be published.