OnaKhabar

ଜାଣି ରଖନ୍ତୁ ସକାଳୁ ଖାଲି ପେଟରେ ଏହି ସବୁ ଜିନିଷ ଖାଇଲେ କଣ ହୁଏ…

0 1

ଭୁବନେଶ୍ୱର(ଓଏନ୍ଏ):ସକାଳୁ ଖାଲି ପେଟରେ କଣ ସବୁ ଖାଇଲେ ଆମକୁ କି ପ୍ରକାର ଫାଇଦା ମିଳିଥାଏ ଆସନ୍ତୁ ଜାଣିବା ସେ ବିଷୟରେ ।
ବୁଟ ଓ ଗଜା ମୁଗକୁ ରାତି ସାରା ପାଣିରେ ଭିଜାଇ ରଖନ୍ତୁ । ଏଥିରେ ଭିଟାମିନ୍ ‘ବି’ ଓ ‘ସି’ ପ୍ରଚୁର ପରିମାଣରେ ରହିଥିବାରୁ ସକାଳୁ ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଶରାର ପାଇଁ ଅତ୍ୟନ୍ତ ଲାଭଜନକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ଫାଇଦା ବିଷୟରେ….
୧. ଗଜାମୁଗ ଓ ବୁଟରେ ଅଧକ ପରିମାଣରେ କପର ରହିଥିବାରୁ ଏହା ଶରୀରର ରକ୍ତ ସଂଚାଳନକୁ ଠିକ ରଖିବା ସହ ରେଡ୍ ବ୍ଲଡ ସେଲକୁ ବୃଦ୍ଧି କରାଇଥାଏ ।ଏହା ସହ ରକ୍ତରେ କୋଲେଷ୍ଟରଲ ହ୍ରାସ କରି ହୃଦଘାତର ସମ୍ଭାବନାକୁ କମ କରି ଦେଇଥାଏ ।
୨. ଗଜାମୁଗ ଓ ବୁଟରେ ଫାଇବର ରହିଥିବାରୁ ଏହା ଖାଦ୍ୟକୁ ସହଜରେ ହଜମ କରିବା ସହ କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
୩. ଗଜାମୁଗ ଓ ବୁଟ ଖାଇବା ଦ୍ୱାରା ଶରୀରରେ ରହିଥିବା ଘ୍ରେଲିନ ହରମୋନ ନିୟନ୍ତ୍ରଣରେ ରହିଥାଏ ଯାହା ଦ୍ୱାରା ଆମେ ଖାଦ୍ୟ କମ ଖାଇଥାଉ ଓ ଏହା ଦ୍ୱାରା ଶରୀରର ଓଜନ ମଧ୍ୟ ବୃଦ୍ଧି ପାଇ ନଥାଏ ।
୪.କିଡ୍ନୀ ସମସ୍ୟା ରହିଥିଲେ ପ୍ରତିଦିନ ସକାଳେ ଖାଲି ପେଟରେ ଗଜାମୁଗ ଓ ବୁଟ ଖାଇବା ଦ୍ୱାରା କିଡ୍ନୀ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Leave A Reply

Your email address will not be published.