OnaKhabar

ଯୋଡ଼ା ଶିଶୁଙ୍କ ଗୋଟିଏ ହୃତପିଣ୍ଡ: ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ ଗଠନ ହେଲା

0 12

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଜନ୍ମ ନେଇଥିବା ଯୋଡ଼ା ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଯୋଡ଼ା ଶରୀର ଚିକିତ୍ସା ବିଜ୍ଞାନ ପାଇଁ ଏକ ବିରଳ ଘଟଣା । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜନ୍ମିତ ଯୋଡ଼ା ଶିଶୁଙ୍କ ଚିକିତ୍ସା ପାଇଁ ଏକ ବିଶେଷ ପଦକ୍ଷେପ ଗହଣ କରାଯାଇଛି । ଦୁଇ ଶିଶୁ କନ୍ୟାଙ୍କ ଶରୀର ଛାତିରୁ ପେଟ ଯାଏଁ ଯୋଡ଼ି ରହିବା ସହ ସେମାନଙ୍କର ଗୋଟିଏ ହୃତପିଣ୍ଡ ରହିଛି । ତେଣୁ ସେମାନଙ୍କ ଚିକିତ୍ସା ପାଇଁ ୭ଜଣିଆ ଡାକ୍ତରୀ ଟିମ ଗଠନ କରାଯାଇଛି । ଏନେଇ ଶିଶୁଭବନ ଅଧିକ୍ଷକ ସରୋଜ ଶତପଥୀ ସୂଚନା ଦେଇଛନ୍ତି ।
ଗତକାଲି ପରଜଙ୍ଗ ଖାଲପାଳ ଗାଁର ପ୍ରଦୀପ ବେହେରାଙ୍କ ସ୍ତ୍ରୀ ରେଣୁବାଳା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ା ଶିଶୁ ଜନ୍ମ ଦେଇଥିଲେ ।ପ୍ରସବ ପରେ ନବଜାତ ଦୁଇ ଶିଶୁ କନ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲା । ଶରୀର ଯୋଡ଼ା ଥିବାରୁ ଅଧିକ ଚିକିତ୍ସା ପାଇଁ ଶିଶୁଦ୍ୱୟଙ୍କୁ କଟକ ଶିଶୁଭବନ ପଠାଯାଇଥଲା ।

Leave A Reply

Your email address will not be published.