OnaKhabar

ପାହାଡ ତଳେ ପ୍ରସବ

48

ନୂଆପଡା:ପାହାଡ ଉପରୁ ୨କିମି ତଳେ ସନ୍ତାନକୁ ଜନ୍ମ ଦେଲେ ପ୍ରସୁତି । ଖଡିଆଳ ବ୍ଲକ ସମାପଦର ଗାଁକୁ ରାସ୍ତା ନଥିବାରୁ ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ପ୍ରସୁତି ଜଣକ । ରାସ୍ତାର ସୁବିଧା ନଥିବାରୁ ଏଠାରେ ଆମ୍ବୁଲାନ୍ସ ପହଂଚି ପାରି ନଥିଲା । ତେଣୁ ତାଙ୍କୁ ଖଟିଆରେ ବୁହାହୋଇ ହସ୍ପିଟାଲ ନିଆଯାଉଥିଲା । ଅଳ୍ପ କିଛି ବାଟ ଗଲା ପରେ ବାଟରେ ଏକ ପାହାଡ଼ ତଳେ ଶିଶୁକୁ ଜନ୍ମ ଦେଇ ଥିବାର ଜଣା ପଡିଛି । ହେଲେ ଶିଶୁ ଜନ୍ମ ହେବାର କିଛି ସମୟ ପର୍ଯ୍ୟନ୍ତ କମି ନଥିଲା ପ୍ରୁତି ଯନ୍ତ୍ରଣା । କିନ୍ତୁ ଏବେ ମା ଓ ଶିଶୁ ଉଭୟ ସୁସ୍ଥ ଥିବାର ଜଣା ପଡିଛି । ଶିଶୁ ଜନ୍ମ ହେଲା ପରେ ମଧ୍ୟ ମେଡିକାଲ ଯିବା ପାଇଁ କୌଣସି ବ୍ୟବସ୍ଥା ହୋଇ ନ ପାରିବାରୁ ଘରକୁ ଫେରିଛନ୍ତି ପ୍ରସୁତି ।