OnaKhabar

ସମ୍ପର୍କରେ ଲାଗିଲା ନିଆଁ, ପିଉସୀ ସହ ଦୁଷ୍କର୍ମ ଉଦ୍ୟମ କରି ହତ୍ୟା କଲା ଦୃର୍ବୁତ୍ତ ପୁତୁରା

56

ବୈାଦ୍ଧ: ରାଜ୍ୟରେ ଗୋଟେ ପରେ ଗୋଟେ ଅମାନବୀୟ କାଣ୍ଡ ଘଟୁଥିବାର ଦେଖିବାକୁ ମିଳୁଛି | ଏହି କ୍ରମରେ ଆଜି ପୁଣି ଆବୈାଦ୍ଧରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାର ଅଭିଯୋଗ ହୋଇଛି । ଜଣେ ଯୁବତୀଙ୍କ ଗଳାକାଟି ସମ୍ପକୀୟ ପୁତୁରା ହତ୍ୟା କରିଥିବା ସେହି ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ସୂଚନାନୁସାରେ, ବୈାଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଆଶ୍ରେ ଗାଁରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ରବିବାର ଗାଁରେ ରହୁଥିବା ଯୁବତୀଙ୍କ ଘରକୁ ତାଙ୍କର ଜଣେ ସମ୍ପକୀୟ ପୁତୁରା ବୁଲିବାକୁ ଆସିଥିଲେ । ସେଠାରେ ଯୁବତୀଙ୍କୁ ତାଙ୍କ ସର୍ମ୍ପକୀୟ ପୁତୁରା ଦୁଷ୍କର୍ମ ଉଦ୍ୟମ କରିଥିଲେ । ଦୁଷ୍କର୍ମ କରିବାରେ ବିଫଳ ହେବା ପରେ ଅଭିଯୁକ୍ତ ପୁତୁରା ପିଉସୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁତୁରା ଯୁବତୀଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।
ମୃତ୍ୟୁ ପୂର୍ବରୁ ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଯୁବତୀଜଣକ ଜଣାଇଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଏନେଇ ଖବର ପାଇ ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହତ୍ୟା ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।
ତେବେ ପ୍ରଶ୍ନ ଉଠୁଛି ଲୋକେ ଯେଉଁଠି ଜହ୍ନରେ ରହିବାକୁ ଯୋଜନା କରୁଛନ୍ତି ସେଇଠି କିଛି ଅମାନୁଷିିକ ଲୋକେ ଲଜ୍ଜ୍ୟାରୁ ଅତି ଲଜ୍ଜ୍ୟଜନକ କାଣ୍ଡ କରିବାକୁ ପଛାଉ ନାହାନ୍ତି | ଲଜ୍ଜ୍ୟକାଣ୍ଡ ତ କରୁଛନ୍ତି ହେଲେ ସମ୍ପର୍କକୁ ମଧ୍ୟ ଦେଖୁ ନାହାନ୍ତି | ଏପରି କାଣ୍ଡ ଭିଆଉଥିବା ଅମାନବୀୟ ଲୋକଙ୍କ ପ୍ରତି ପ୍ରଶାସନ ପକ୍ଷରୁ କୌଣସି କଡାରୁ କଡା ପଦକ୍ଷେପ ନେବା ନିହାତି ଜରୁରୀ ବୋଲି ସର୍ବସାଧାରଣ ପକ୍ଷରୁ ଦାବୀ ହେଉଛି |

https://www.onakhabar.com/2019/06/minor-case/