OnaKhabar

ରାଜଧାନୀରେ ନାବାଳିକା ଗର୍ଭବତୀ,ଜଣେ ଗିରଫ

0 12

ଭୁବନେଶ୍ୱର: ଗଲା କିଛି ବର୍ଷ ହେବ ରାଜ୍ୟରେ ଦୁଷ୍କର୍ମର ସଂଖ୍ୟା ଜୋରସୋରରେ ବୃଦ୍ଧି ପାଉଛି । ତେବେ ଏଥିପ୍ରତି ପ୍ରଶାସନ ପକ୍ଷରୁ କଡା ପଦ କ୍ଷେପ ନେବା ନିହାତି ଆବଶ୍ୟକ ପଡୁଥିବା ବେଳେ କିନ୍ତୁ ତାହା ହୋଇ ପାରୁନାହିଁ । ଫଳରେ ଗୋଟେ ପରେ ଗୋଟେ ଲଜ୍ଜ୍ୟଜନକ କାଣ୍ଡ ବୃଦ୍ଧି ପାୁଛି । ତେବେ ଆଜି ପୁଣି ଭୁବନେଶ୍ୱର ସ୍ଥିତ ଏସ୍ସିଏସ୍ଟି ହଷ୍ଟେଲରେ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଜଣେ ଯୁବକକୁ କମିଶନରେଟ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଯୁବକ ଜଣଙ୍କ ହେଲା ଭୁବନେଶ୍ୱର ସ୍ଥିତ ସାଲିଆ ସାହିର । ତେବେ ଯୁବକ ଜଣଙ୍କ ଏପରି କାଣ୍ଡ ଭିଆଇ ଥିବା ବେଳେ କିନ୍ତୁ କୌଣସି ପସ୍ତାବା ନାହିଁ ବୋଲି ଜଣାପଡିଛି । ଏପରି ସେ ଅନେକ ଝିଆ ସହ କରିଥିବା ମଧ୍ୟ ଜଣାପଡିଛି ଉଲ୍ଲେଖନୀୟ, ପ୍ରେଗନେନସି କିଟ ସାହାଯ୍ୟରେ ରାଜଧାନୀର କେତେକ ଛାତ୍ରୀ ନିବାସରେ ପରୀକ୍ଷା ଯୋଗୁ ତିନି ଜଣ ନାବାଳିକାଙ୍କ ରିପୋର୍ଟ ପଜିଟିଭ ଆସିଥିବାର ସୂଚନା ମିଳିଛି । ଏହି ବିଷୟରେ ଗଣ ମାଧ୍ୟମରେ ଜୋରସୋର ଚର୍ଚ୍ଚା ହେବା ପରେ ପୁଲିସ ନିଜର ତଦନ୍ତ ଆରମ୍ଭ କରିଛି ।

https://www.onakhabar.com/2019/07/rape-case-at-kendujhar/

Leave A Reply

Your email address will not be published.