OnaKhabar

ଦୁଇ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବାପରେ ଥାନା ନିକଟରେ ଫିଙ୍ଗିଲେ ଦୃର୍ବୁତ୍ତ

0 21

ପାରାଦ୍ୱୀପ: ସହରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଚକିତ କରିଛି | ସମୁଦ୍ରକୂଳ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁଇଜଣ ଯୁବକଙ୍କ କ୍ଷତାକ୍ତ ମୃତଦେହ ପଡିଥିବା ଦେଖାଯାଇଛି । ଥାନା ନିକଟରେ ଦୁଇଟି ମୃତ ଦେହ ପଡ଼ିଥିଲେ ବି ପୁଲିସ ଏହାର କୌଣସି ଟେର ପାଇନଥିଲା | ଏହି ଘଟଣା ଏବେ ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି |
ମିଳିଥିବା ସୂଚନା ଅନୁଯାୟୀ ନେହେରୁ ବଙ୍ଗଳା ଅଂଚଳରେ ମେରାଇନ ଥାନାଠାରୁ ୨୦୦ ମିଟର ଦୂରରେ ଦୁଇଟି ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହି ଦୁଇ ମୃତଦେହର ବିଭିନ୍ନ ଅଂଶରେ କ୍ଷତଚିହ୍ନ ରହିଛି | ତେବେ ଏହି ଦୁଇ ଯୁବକ କିଛି ଦିନ ହେବ ସମ୍ପୃକ୍ତ ସ୍ଥାନରେ ବୁଲୁଥିବା ବେଳେ ସେମାନଙ୍କର ମାନସିକ ବିକୃତ ଥିବା ଜଣାପଡିଛି | ତେବେ ସେମାନଙ୍କ ଘର କେଉଁଠି ଏବଂ କେମିତି ସମ୍ପୃକ୍ତ ଅଞ୍ଚଳରେ ଆସିଲେ ତାହା ଜଣା ପଡିନଥିବା ବେଳେ ଆଜି କ୍ଷତାକ୍ତ ଅବସ୍ଥାରେ ଶବ ମିଳିଥିଲା | ତେବେ ଶବ ପଡିରହିଥିବା ଦୁଇଟି ଶବ ଦେଖି ପୁଲିସକୁ ଖବର ଦେଇଥିଲେ । ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡୁଛି ଯୁବକ ଦ୍ୱୟଙ୍କୁ କେହି ଦୃର୍ବୁତ୍ତ ହତ୍ୟା କରି ଫିଙ୍ଗି ପଳାଇ ଯାଇଛନ୍ତି । ତେବେ ବର୍ତ୍ତମାନ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚିବା ସହ ସାଇଂଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

https://www.onakhabar.com/2019/06/rape-case/

Leave A Reply

Your email address will not be published.