OnaKhabar

ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଗଛରେ ଚଢିଲା କୁଳାଙ୍ଗାର ସ୍ୱାମୀ, ଅଭିଯୁକ୍ତକୁ ଧରିବା ଲାଗି ଘେରିଲେ ସ୍ଥାନୀୟଲୋକେ

37

ଧର୍ମଗଡ: ରାଜ୍ୟରେ ଗଲା କିଛି ଦିନ ହେବ ଅତି ଅବାବନୀୟ ଓ ଲଜ୍ଜ୍ୟକାଣ୍ଡ ଘଟୁଥିବାର ଦେଖିବାକୁ ମିଳୁଛି | ଏହି କ୍ରମରେ ଆଜି ମଧ୍ୟ ସେହିପରି ଏକ ଘଟଣା ସାମନାକୁ ଆସିଛି | ପାରିବାରିକ କଳହକୁ ନେଇ ଜଣେ କୁଳାଙ୍ଗାର ସ୍ୱାମୀ ତାର ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିଥିବାର ସୂଚନା ମିଳିଛି | ଏପରି ଅଭାବନୀୟ କାଣ୍ଡ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଜୟପାଟଣା ଥାନାରେ ଘଟିଛି |ସୂଚନାନୁଯାୟୀ, ଜୟପାଟଣା ଥାନା କୁରିଗୁମ୍ମା ଗାଁର ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀକୁ ନୃଶଂସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ଗତ ୨ ବର୍ଷ ତଳେ ମନାନ୍ତର ଘଟି ସ୍ତ୍ରୀ ବାପଘରେ ଆସି ରହୁଥିଲେ । ଆଜି ହଠାତ୍ ଅଭିଯୁକ୍ତ ସ୍ୱାମୀ ଶ୍ୱଶୁର ଘରେ ପହଁଚି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ ଏବଂ କଲେଜ ଛକ ନିକଟରେ ଥିବା ଏକ ଗଛରେ ଚଢି ଯାଇଥିଲେ । ଫଳରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେବା ପରେ ଦୀର୍ଘ ଏକ ଘଂଟା ପ୍ରୟାସ କରି ଅଭିଯୁକ୍ତକୁ ପୁଲିସ ଆୟତ୍ତ କରିଛି ।

https://www.onakhabar.com/2019/06/murder-case-at-paradip/