OnaKhabar

ମଙ୍ଗଳକୃତ୍ୟରୁ ନାବାଳିକାକୁ ଉଦ୍ଧାର ମାମଲା: ଝିଅ କହୁଛି ୧୭,ମା’ କହୁଛି ୧୯

0 18

ଖଣ୍ଡଗିରି: ରାଜ୍ୟରେ ଦିନକୁ ଦିନ ଅଭାବନୀୟ ଘଟଣା ଘଟୁଥିବା ବେଳେ ଆଜି ମଧ୍ୟ ଠିକ ସେହିପରି ଏକ ଘଟଣା ସାମନାକୁ ଆସିଛି । ଜଣେ ନାବାଳିକାକୁ ପରିବାର ଲୋକେ ଜୋର ଜବରଦସ୍ତି ବିବାହ କରୁଥିବା ବେଳେ ଏହାକୁ ଅଟକ ରଖିଛି ସିଡବ୍ଲୁସି । ଏପରି ଅଭାବନୀୟ ଘଟଣା ଭୁବନେଶ୍ୱର ଅନ୍ତର୍ଗତ ତମାଣ୍ଡୋ ଅଂଚଳରେ ଘଟିଛି । ମଙ୍ଗଳକୃତ୍ୟ କାର୍ଯ୍ୟକ୍ରମରୁ ସମ୍ପୃକ୍ତ ନାବାଳିକାକୁ ସିଡବ୍ଲୁସି ଉଦ୍ଧାର କରିଛି । ତେବେ ଏବେ କିନ୍ତୁ ଅଡୁଆରେ ସିଡବ୍ଲୁସି ପଡିଛି । କାରଣ ଝିଅ ନିଜର ବୟସ ୧୭ କହୁଥିବା ବେଳେ ଝିଅର ମାଆ ସିଡବ୍ଲୁସି ନିକଟରେ ଆଧାର କାର୍ଡ ପ୍ରଦର୍ଶନ କରି ଝିଅର ବୟସ ୧୯ ବୋଲି ଦାବି କରିଛି । ତେବେ କିଏ ସତ କହୁଛି ତାକୁ ନେଇ ଦ୍ୱନ୍ଦରେ ସିଡବ୍ଲୁସି ପଡିଛି ।
ସିଡବ୍ଲୁସିର ଏକ ଟିମ୍ ଝିଅ ପଢୁଥିବା ସ୍କୁଲରୁ ଜନ୍ମ ତାରିଖ ସଂଗ୍ରହ କରିବା ପରେ ହିଁ ଝିଅର ଭବିଷ୍ୟତକୁ ନେଇ ଚୁଡାନ୍ତ ନିଷ୍ପତି ଗ୍ରହଣ କରାଯିବ । ଏବେ ଝିଅଟିକୁ ଏକ ସେବାଶ୍ରମରେ ରଖାଯାଇଥିବାରୁ ପରିବାର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିବାହ କାର୍ଯ୍ୟକ୍ରମ ବନ୍ଦ ହୋଇଛି ।
ସୂଚନା ମୁତାବକ ଝିଅର ପରିବାର ଗଂଜାମ ଅଂଚଳରେ ହୋଇଥିବା ବେଳେ ସେମାନେ ଦୀର୍ଘ ବର୍ଷ ଧରି ତମାଣ୍ଡୋରେ ରହୁଛନ୍ତି । ପରିବାର ପକ୍ଷରୁ ଗଂଜାମ ଅଂଚଳରେ ଜଣେ ଯୁବକଙ୍କ ସହ ଝିଅର ବିବାହ ସ୍ଥିର କରାଯାଇଥିଲା । ମାତ୍ର ବାହାଘରରେ ଝିଅର ସମ୍ମତି ନଥିଲା । ଗତକାଲି ଥିଲା ମଙ୍ଗଳକୃତ୍ୟ । ତେଣୁ ଝିଅ ଏନେଇ ଖୋର୍ଦ୍ଧା ସିଡବ୍ଲ୍ୟୁସିଙ୍କୁ ଖବର ଦେଇଥିଲା । ଖବର ପାଇ ସିଡବ୍ଲ୍ୟୁସି ତମାଣ୍ଡୋ ଥାନା ପୁଲିସ ସହେଯାଗରେ ମଙ୍ଗଳକୃତ୍ୟ କାର୍ଯ୍ୟକ୍ରମରୁ ଝିଅକୁ ଉଦ୍ଧାର କରିଥିଲା । ଆଜି ପରିବାର ପକ୍ଷରୁ ଝିଅର ବୟସ ପ୍ରମାଣପତ୍ର ଦାଖଲ କରିବା ପାଇଁ ସିଡବ୍ଲ୍ୟୁସି ନିର୍ଦ୍ଦେଶ ଦେଇଥିଲା ।

ସ୍ତ୍ରୀକୁ ଦୁଷ୍କର୍ମ,ପ୍ରତିରୋଧ କରିବା ବଦଳରେ ଭିଡିଓ ସୁଟିଂ କଲା ସ୍ୱାମୀ….

Leave A Reply

Your email address will not be published.