OnaKhabar

ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା, ପ୍ରଯୋଜକ କେଶବ ରାଉତଙ୍କର ପରଲୋକ

343

କଟକ: ଓଲିଉଡରେ ଖେଳିଲା ଦୁଃଖର ଛାୟା | ଆଜି ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ କେଶବ ରାଉତଙ୍କର ପରଲୋକ ହୋଇଥିବାର ସୂଚନା ମିଳିଛି | ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି | ସେ କଟକ ଶଙ୍କରପୁରସ୍ଥିତ ବାସଭବନ ପ୍ରାଣତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା ।
ସେ ସୁନା ହରିଣୀ, ସୁନା ଚଢ଼େଇ, ସନ୍ତାନ ଓ ଭୀଷ୍ମପ୍ରତିଜ୍ଞା ଭଳି ଲୋକପ୍ରିୟ ଚଳଚ୍ଚିତ୍ରର ସେ ପ୍ରଯୋଜକ ଥିଲେ । ବଙ୍ଗଳା ଫିଲ୍ମ ‘ଜୀବନସଙ୍ଗୀ’ର ମଧ୍ୟ ପ୍ରଯୋଜକ ହୋଇଥିଲେ | ଏହା ସହିତ ସେ ଅନେକ ଟିଭି ସିରିଏଲର ମଧ୍ୟ ପ୍ରଯୋଜକ ଥିଲେ ।