OnaKhabar

ଭାରତ ଆଗରେ ବିରାଟ ସ୍କୋର ରଖିଲା ଇଂଲଣ୍ଡ, ଫେଲ ମାରିଲା ବୋଲର

61

ବର୍ମିଂହାମ୍: ଆଜି ଦେଖିବାକୁ ମିଳିଛି ଦମଦାର ଖେଳ | ଭାରତ ସାମନରେ ଇଂଲଣ୍ଡ ରଖିଛି ଧୂଆଁଧାର ସ୍କୋର | ଭାରତ ଆଗରେ ଏହି ସ୍କୋର ଅଧିକ ଥିବା ବେଳେ ସେମାନେ କେତେ ମାତ୍ରାରେ ଏହାର ସାମନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା |
ଜନ୍ନି ବେୟାରଷ୍ଟୋଙ୍କ ଶତକ ଏବଂ ଜେସନ୍ ରୟ ଓ ବେନ୍ ଷ୍ଟୋକ୍ସଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବର୍ମିଂହାମ୍ ଖେଳାଯାଉଥିବା ଭାରତ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୩୮ ରନ୍ କରିଛି । ଫଳରେ ଟିମ୍ ଇଣ୍ଡିଆକୁ ବିଜୟଧାରା ଅବ୍ୟାହତ ରଖିବାକୁ ହେଲେ ୩୩୮ ରନ୍ କରିବାକୁ ପଡ଼ିବ ।
ଇଂଲଣ୍ଡ ପକ୍ଷରୁ ଦୁଇ ଓପ୍ନର୍ ବେୟାରଷ୍ଟୋ ଓ ରୟ ଶତକୀୟ ଭାଗୀଦାରୀ କରି ଟିମକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ମଝି ଓଭରରେ ମହମ୍ମଦ ଶାମି ଲଗାତାର ଦୁଇଟି ୱିକେଟ୍ ନେଇ ଇଂଲଣ୍ଡ ରନରେ ଅଙ୍କୁଶ ଲଗାଇଥିଲେ। କିନ୍ତୁ ଶେଷ ୧୦ ଓଭରରେ ବେନ୍ ଷ୍ଟୋକ୍ସ ଦ୍ରୁତ ରନ୍ କରି ଇଂଲଣ୍ଡକୁ ସ୍କୋରକୁ ୩୩୭ ରନରେ ପହଞ୍ଚାଇଥିଲେ। ଇଂଲଣ୍ଡ ପକ୍ଷରୁ ବେୟାରଷ୍ଟୋ ସର୍ବାଧିକ ୧୧୧ ରନ୍ କରିଥିଲେ। ଷ୍ଟୋକ୍ସ ୫୪ ବଲରେ ୬ ଚୌକା ଓ ୩ ଛକା ସହ ଦ୍ରୁତ ୭୯ ରନ୍ କରିଥିଲେ ।

ପ୍ରଥମେ ବ୍ୟାଟିଂ କରିବ ଇଂଲଣ୍ଡ, ଶଙ୍କରଙ୍କ ସ୍ଥାନରେ ଖେଳିବେ ପନ୍ତ