OnaKhabar

ଦିନରେ ଶୋଉଛନ୍ତି କି?ସାବଧାନ ହୋଇ ଯାଆନ୍ତୁ…

0 10

ମଧ୍ୟାନ୍ନ ଭୋଜନ ପରେ ଅଧିକାଂଶ ଲୋକ ଶୋଇବାକୁ ବହୁତ ପସନ୍ଦ କରିଥାନ୍ତି ଏବଂ କିଛି ଲୋକଙ୍କର ଏହା ଅଭ୍ୟାସ ମଧ୍ୟ ରହିଥାଏ । ସେଥିପାଇଁ କାର୍ଯ୍ୟରତ ଥିବା ବେଳେ ଅଫିସରେ କିଛି ଲୋକଙ୍କୁ ଦ୍ୱିପହରେ ନିଦ ଅସିଥାଏ ।
ହେଲେ ଦ୍ୱିପହରେ ନିଦ ଆସିବା ଅଲଜାଇମରର ଲକ୍ଷଣ ହୋଇପାରେ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି । ଏହି ଗବେଷଣାରେ ୬୦ ବର୍ଷ ବୟସ୍କ ୧୨୪ ଜଣ ପୁରୁଷ ଓ ମହିଳାଙ୍କୁ ସାମିଲ କରାଯାଇଥିଲା । ଦିନରେ ନିଦ ଆସିବା ଦ୍ୱାରା ଭବିଷ୍ୟତରେ ମସ୍ତିଷ୍କରେ ପ୍ଲାକ ସଂଚରଣା ସୃଷ୍ଟି ହୋଇପାରେ ବଲି ‘ସ୍ଲିପ ଜର୍ଣ୍ଣାଲରେ’ ପ୍ରକାଶିତ । ତେବେ ଯଦି ଆପଣଙ୍କୁ ଦିନରେ ନିଦ ଆସୁଛି ତେବେ ଅତିଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ଉପଚାର କରନ୍ତୁ ବୋଲି ଜଣେ ଆମେରିକୀୟ ଡାକ୍ତର ନିଜର ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.