OnaKhabar

ନିରଞ୍ଜନଙ୍କ ଖୁଲାସା: କାହ୍ନୁ ଲେଙ୍କା ବି ତାଙ୍କ ପୁଅକୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ

0 14

ଭୁବନେଶ୍ୱର: ଏଥର ନିର୍ବାଚନରେ କଂଗ୍ରେସର ଶୋଚନୀୟ ବିପର୍ଯ୍ୟୟ ଘଟିଛି । ଏହି ଘଟିବା ପଛର କାରଣ ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନେକ ବିଷୟ ଦର୍ଶାଇଛନ୍ତି । ହେଲେ ତାଙ୍କ ବିରୋଧରେ ଦଳର ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା ଯେଉଁ ଅଭିିଯୋଗ କରିଛନ୍ତି ଯେ କଂଗ୍ରେସକୁ ନିରଞ୍ଜନ ପଟ୍ଟନାୟକ ବାପ-ପୁଅ ଦଳରେ ପରିଣତ କରିଦେଲେ ତାହାର ପାଲଟା ଜବାବ ସେ ଦେଇଛନ୍ତି । ଶ୍ରୀ ଲେଙ୍କା କୁଆଡେ ତାଙ୍କ ପୁଅକୁ ନିର୍ବାଚନରେ ପ୍ରାର୍ଥୀ କରାଇବା ପାଇଁ ଚେଷ୍ଟା କରିଥିଲେ ବୋଲି ନିରଞ୍ଜନ ପାଲଟା ବାଣ ମାରିଛନ୍ତି ।
ନିରଞ୍ଜନ ଓଏନଏକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, କଂଗ୍ରେସର ବିପର୍ଯ୍ୟୟ କେବଳ ଗୋଟିଏ ନିର୍ବାଚନକୁ ଦେଖିକି କହିଲେ ହେବ ନାହିଁ । କ୍ରମାଗତ ଭାବେ କିଛି ବର୍ଷ ହେଲା ଆସ୍ତେ ଆସ୍ତେ କମିଚାଲିଛି । କମିବା ଯେତେବେଳେ ଆରମ୍ଭ ହୋଇଛି ସେଥିପାଇଁ ଏହାର ଯେପରି ପ୍ରତିକ୍ରିୟା କରାଯିବା କଥା ତାହା ଆମେ ନେଇପାରିଲୁ ନାହିଁ । ଯାହା ଫଳରେ କି କମିକମି ଆସି ଏହି ସ୍ଥିତିରେ ପହଁଞ୍ଚିଛି । ବର୍ତ୍ତମାନ ଯେଉଁ ନିର୍ବାଚନ ହେଲା ଏହା ଅତି ସାଂଘାତିକ ନିର୍ବାଚନ । କଂଗ୍ରେସର ନେତୃତ୍ୱ ନାହିଁ ବୋଲି ଯାହା କୁହାଯାଉଛି ତାହା ଠିକ । ତା ସହିତ ଗୋଟିଏ ଦୁର୍ଭାଗ୍ୟଜନକ ଗଣତାନ୍ତ୍ରିକ ପରିସ୍ଥିତି ଉପୁଜିଛି ଏହାକୁ ହୁଏତ କେହି ଗ୍ରହଣ କରି ନପାରନ୍ତି, ଏ ନିର୍ବାଚନ କଂଗ୍ରେସ, ବିଜେଡି ଓ ବିଜେପି ମଧ୍ୟରେ ହୋଇ ନାହିଁ । ଏ ନିର୍ବାଚନ ହୋଇଥିଲା ଏଥର ନାଥୁରାମ ଗଡସେ ର୍ଭସେସ ଗାନ୍ଧି । ଏଥର ନିର୍ବାଚନରେ ରାହୁଲ ଗାନ୍ଧି ତ ପ୍ରଚାର କରିଛନ୍ତି, ହେଲେ ନେତାମାନଙ୍କ ପକ୍ଷରୁ ଯେଭଳି ପ୍ରଚାର ହେବା କଥା ହେଲା ନାହିଁ । ଅନ୍ୟ କେନ୍ଦ୍ରୀୟ ନେତାମାନେ ହଁ କହି ଆଉ ଆସିଲେ ନାହିଁ, ସମସ୍ତେ ନିଜ ପାଇଁ ବ୍ୟସ୍ତ ରହିଲେ । ପ୍ରଚାର ମାଧ୍ୟମରେ ଯେପରି ବାତାବରଣ ସୃଷ୍ଟି କରିବା କଥା ଆମେ କରିପାରିଲୁ ନାହିଁ , ଯେଭଳି ଭାବରେ ବିଜେପି- ବିଜେଡି କଲେ ।
ସେ ଆହୁରି କହିଛନ୍ତି, ଅର୍ଥ ଯେ ସର୍ବସ୍ୱ ଏହା କହିହେବ ନାହିଁ । ହେଲେ ସେମାନେ ପରିମାଣରେ ସବୁ ବ୍ୟବସ୍ଥା କଲେ ସେପରି ଆମେ କରିପାରିଲୁ ନାହିଁଁ । ଜଣେ ରାଜ୍ୟ ସରକାରରେ ଓ ଆଉ ଜଣେ କେନ୍ଦ୍ର ସରକାରରେ । ତାଙ୍କୁ ଟପି ଆମେ ଆଗକୁ ଯିବା ଯେଉଁ ଶକ୍ତି ଓ ସାର୍ମାଥ୍ୟ ଦରକାର ତାହା ହୋଇପାରିଲା ନାହିଁ । ଅନ୍ୟପଟରେ ଆମେ କ୍ରମାଗତ ଭାବେ ଦୁର୍ବଳ ଅବସ୍ଥାରେ ଅଛୁ । ସଙ୍ଗଠନ ଅବ୍ୟବସ୍ଥା ଭିତରେ ରହିଛି । ତଳ ସ୍ତରରେ ଆମର କର୍ମୀ କମିଯାଇଛନ୍ତି । ତଳ ସ୍ତରରୁ ଉଠିବା ନେଇ ଯେତିକି ସମୟ ଦରକାର ସେତିକି ସମୟ ଆମ ପାଖରେ ନଥିଲା ।
ନିରଞ୍ଜନ କହିଛନ୍ତି, ଏବେ କଂଗ୍ରେସ ନେତା ବହୁଳ ଦଳ ହୋଇଯାଇଛି, କର୍ମୀ ବହୁଳ ଦଳ ହୋଇ ଆଉ ନାହିଁ । ତଳ ସ୍ତରରେ ଆମର ଆଉ ନେତା ନାହାଁନ୍ତି । ଆଉ ଲୋକଙ୍କର ଇଚ୍ଛା ବହୁତ ବଢିଯାଇଛି । ସେ କାହିଁଁକି ହେବ ମୁଁ କାହିିଁକି ନ ହେବି, ମୁଁ ତାହା ଠାରୁ ଭଲ । ଏହା ସର୍ତ୍ତେବ ମଧ୍ୟ ୮୭ ନୂଆ ମୁହଁ ଦିଆଯାଇଥିଲା । ୬୬ ଯୁବକଙ୍କୁ ପ୍ରାର୍ଥୀ କରାଯାଇଥିଲା , ଯେଉଁମାନଙ୍କ ବୟସ ୪୫ ବର୍ଷ ଭିତରେ ରହିଛି ।
ଅଗଷ୍ଟ ସୁଦ୍ଧା ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଦେବୁ ବୋଲି କହିଥିଲୁ । ସେ ମାସରେ ୫୦ ପ୍ରାର୍ଥୀଙ୍କୁ ଚୂଡାନ୍ତ କଲୁ ହେଲେ ଘୋଷଣା ହୋଇପାରିଲା ନାହିଁ । କଂଗ୍ରେସର ଯାହା ବ୍ୟବସ୍ଥା ରହିଛି ସେଥିରେ କିଏ ପ୍ରାର୍ଥୀ ହେବ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଜାଣି ହେବ ନାହିଁ । ଶେଷ ଦିନ ଚୂଡାନ୍ତ କରିବେ । ଯାହାଙ୍କୁ ଆମେ ଡାକିକି କହିଲୁ ତୁ ପ୍ରାର୍ଥୀ ହେବୁ ଆଜି ଠାରୁ ଲାଗ, ହେଲେ ତାର ଭରସା ପାଇଲା ନାହିଁ । ମୁଁ ଦୌଡୁଥିବି ପାଇବି କି ନାହିଁ କିଏ କହିବ, ଇଏ ହେଉଛି କଂଗ୍ରେସ ଦଳ । ଏହି ଭାବନାଟା ରହିଲା । କେତେ ଧରା ବନ୍ଧା ଲୋକ ଥିଲେ ସେମାନେ ଜାଣିଥିଲେ ଟିକେଟ ପାଇବୁ ସେଥିପାଇଁ ଲାଗିଥିଲେ । କିନ୍ତୁ ଦୁର୍ଭାଗ୍ୟ ଓ ର୍ଦୁଯୋଗର କଥା ସେମାନେ ହାରିଗଲେ ।
ବିଜେପିର ହଠାତ ଅଭିବୃଦ୍ଧି ଘଟିଲା । ଯେଉଁଭଳିି ଭାବରେ ଅର୍ଥ କାରବାର ହେଲା ତାହା ଭାବି ହେବ ନାହିଁ । ମୁଁ ସଭାପତି ହେବା ପରେ କଂଗ୍ରେସର କିଛି ମାତ୍ରା ଅଭିବୃଦ୍ଧି ହେଉଥିଲା । କିନ୍ତୁ ମୁଁ ଫେଲ ମାରିଗଲି । ଆମେ ଯେଉଁମାନଙ୍କୁ ପ୍ରାର୍ଥୀ କଲୁ ସେମାନଙ୍କୁ ଯଥେଷ୍ଟ ସମୟ ଦେଇପାରିଲୁ ନାହିଁ । ତଳସ୍ତରରୁ ସଙ୍ଗଠନକୁ ସୁଦୃଢ କରିପାରିଲୁ ନାହିଁ । ଯେଉଁ ନୂଆମାନଙ୍କୁ ଆମେ ପ୍ରାର୍ଥୀ କଲୁ ପୁରୁଣା ଆଶାୟୀମାନେ ସର୍ମଥନ କଲେ ନାହିଁ । ଏହାଛଡା ବିରୋଧା ପକ୍ଷଙ୍କ ଯେଉଁ ନିର୍ବାଚନ ପ୍ରସ୍ତୁତି ତାହା ସହ ସମକକ୍ଷ ହୋଇପାରିଲୁ ନାହିଁ । ଆମେ ନିର୍ବାଚନ ଇସ୍ତହାର ଋଣଛାଡକୁ ଆରମ୍ଭ କରି ଯେଉଁ ସବୁ ବିଷୟ ଘୋଷଣା କଲୁ ତାହା କାଳିଆ ଯୋଜନା ଠାରୁ ଭଲ । କିନ୍ତୁ ସେ ବିଷୟରେ ଲୋକଙ୍କୁ ବୁଝାଇପାରିଲୁ ନାହିଁ । ସମସ୍ତେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିଲେ କେହି ଛାଡିକି ଯିବାକୁ ଚାହୁଁ ନଥିଲେ, ହେଲେ କାଉଣ୍ଟର ଅଫରଟା ଏତେ ଜୋରଦାର ଥିଲା ଯେ ସେଥିରେ ସେମାନେ ଦେଖିଲେ କଂଗ୍ରେସ ଆଉ କାଉଣ୍ଟର କରିପାରିବ ନାହିଁଁ । ସେଥିପାଇଁ ଦଳ ଛାଡି ଗଲେ । ଆଜିକାଲି ଆଉ ନୀତି ଆର୍ଦଶର ରାଜନୀତି ନାହିଁଁ । ରାଜନୀତି ଏବେ ବ୍ୟବସାୟୀକରଣ ହୋଇଯାଇଛି । ନୀତି ଆର୍ଦଶରେ ଯଦି ରାଜନୀତି ଚାଲିଥାନ୍ତା ତାହା ହେଲେ ରାତିରେ କଂଗ୍ରେସ ଟିକେଟ ନେଇ ଦିନରେ କିଏ ବିଜେପି ଟିକେଟ ନେଇ ନ ଥାନ୍ତେ ।
ବାପପୁଅ ନେଇ ଯେୁଁ ଅଭିଯୋଗ ଦଳର ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା କହିଛନ୍ତି ତାହା ଉପରେ ନିରଞ୍ଜନ କହିଛନ୍ତି, କେଉଁ ଦଳରେ ବାପ-ପୁଅ ନାହାନ୍ତି । ସେ ତାଙ୍କ ପୁଅ ପାଇଁ କଣ ଚେଷ୍ଟା କରୁନଥିଲେ? ବୋଲି ସେ କହିଛନ୍ତି ।
ଏହିପରି ଅନେକ କିଛି କଥା କହିଛନ୍ତି ପିସିସି ସଭାପତି । ସବୁ ବିଷୟରେ ଜାଣିବା ପାଇଁ ଦେଖିନ୍ତୁ ଓଏନଏ ଖବର ୟୁଟ୍ୟୁବ ଚ୍ୟାନେଲରେ ।

Leave A Reply

Your email address will not be published.