OnaKhabar

ବାଇକୁ ଧକ୍କା ଦେଲା ବସ, ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର

0 11

କାମାକ୍ଷାନଗର: ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି | ଏପିର ମର୍ମନ୍ତୁଦ ଦୁର୍ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ରାଙ୍କିଆ ନିକଟରେ ଘଟିଛି | ମୃତ ବାଇକ୍‌ଆରୋହୀ ହେଉଛନ୍ତି ମଠକରଗୋଳା ଅଞ୍ଚଳର ଗତିକୃଷ୍ଣ ଖୁଣ୍ଟିଆ ।
ସୂଚନାନୁଯାୟୀ, ଆଜି ସକାଳୁ ଗତିକୃଷ୍ଣ ଓ ତାଙ୍କ ପତ୍ନୀ ଅହଲ୍ୟା ବାଇକ୍‌ ଯୋଗେ ତାଙ୍କର କୌଣସି ସମ୍ପର୍କୀୟଙ୍କ ଘର ବୋଲୁଅ ଗାଁକୁ ଯାଉଥିଲେ । ସେ ରାସ୍ତାରେ ଜିରାଳ ଆଡୁ ଆସୁଥିବା ଗୋଟାଏ ଯାତ୍ରୀବାହୀ ବସ୍‌ ସେମାନଙ୍କ ବାଇକ୍‌କୁ ପଛଆଡୁ ଧକ୍କା ଦେଇ ପଳାଇଯାଇଥିଲା । ଧକ୍କା ଯୋଗୁଁ ଉଭୟ ପତିପତ୍ନୀ ଆହତ ହୋଇ ରାସ୍ତାରେ ପଡ଼ିଯାଇଥିଲେ । ପରେ ପରେ ସ୍ୱାମୀ ଗତିକୃଷ୍ଣଙ୍କର ମୃତ୍ୟୁ ଘଟିଥିଲା । ଚିକିତ୍ସା ଲାଗି ଆହତ ପତ୍ନୀଙ୍କୁ ପ୍ରଥମେ ଢେଙ୍କାନାଳ ଓ ଅଧିକ ଚିକିତ୍ସା କରାଇବାକୁ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜିରାଳ-ପାଣ୍ଡୁଆ ରାସ୍ତା ଅବରୋଧ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳୁଛନ୍ତି |

https://www.onakhabar.com/2019/06/truck-accident/

Leave A Reply

Your email address will not be published.