OnaKhabar

ରାଜ୍ୟରେ ମାତୁଛନ୍ତି କୁକୁରପଲ, ଶିଶୁ ମୃତଦେହକୁ କରୁଛନ୍ତି ନିଜର ଆହର

49

ବାଲେଶ୍ୱର: ରାଜ୍ୟରେ ଗଲା କିଛି ଦିନ ହେବ ହସ୍ପିଟାଲରୁ କୁକୁରପଲ ପସି ମୃତ ଶିଶୁକୁ ନିଜର ଖାଦ୍ୟ ରୂପେ ଗ୍ରହଣ କରୁଥିବାର ଦେଖିବାକୁ ମିଳୁଛନ୍ତି | ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଥିବାର ସୂଚନା ମିଳୁଛି | ସୂଚନାନୁଯାୟୀ, ବାଲେଶ୍ୱର ମେଡିକାଲ କଲେଜ ହସ୍ପିଟାଲ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ଶିଶୁର ମୃତଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପ୍ରଚାରିତ ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ମୃତଦେହ ଉଦ୍ଧାର କରିଥଲେ । ଏହାପରେ ଶିଶୁଟିକୁ ପୋତି ଦିଆଯାଇଥିଲା । ତେବେ ମୃତ ଶିଶୁଟିକୁ କେହି ଫିଙ୍ଗି ଦେଇ ଚାଲିଯିବାରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସିଡିଏମଓ ଦୁଲାଲ୍ ସେନ ଜଗଦ୍ଦେବ କହିଛନ୍ତି ।

https://www.onakhabar.com/2019/06/bike-accident/