OnaKhabar

ପୁଣି ଚର୍ଚ୍ଚାରେ ମଲ୍ଲାଇକା, ଅର୍ଜୁନଙ୍କ ଜନ୍ମଦିନରେ ଫଟୋ ପୋଷ୍ଟ କରି ହେଲେ ଟ୍ରୋଲ…

43

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ ବୁଧବାର ଦିନ ଥିଲା । ଏହି ଅବସରରେ ତାଙ୍କର ପ୍ରେମିକା କୁହାଯାଉଥିବା ଆଇଟମ୍‌ ଡ୍ୟାନ୍‌ସର ମଲ୍ଲାଇକା ଅରୋରା ଅର୍ଜୁନ କପୁରଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ନିଜର ଇନଷ୍ଟାଗ୍ରାମରେ ଏକ ଫଟୋ ଏବଂ ଏକ ପୋଷ୍ଟ ସେଆର୍ କରିଥିଲେ | ଯାହାକୁ ମାତ୍ର ୯ ଘଣ୍ଟା ଭିତରେ ପ୍ରାୟ ୫ ଲକ୍ଷରୁ ବି ଅଧିକ ଭ୍ୟୁଜ ମିଳିସାରିଛି ।
ଏଥିରେ ମଲ୍ଲାଇକା ଅରୋରା ଲେଖିଛନ୍ତି, ହାପି ବାର୍ଥ ଡେ ମୋର କ୍ରେଜି, ଫନି ଏବଂ ଆମେଜିଂ ଅର୍ଜୁନ କପୁର । ସର୍ବଦା ପ୍ରେମ ଏବଂ ଖୁସି । ଏହି ପୋଷ୍ଟରେ ସେ ଖୋଲାଖୋଲି ଭାବେ ନିଜ ପ୍ରେମର ପ୍ରକାଶ କରି ନଥିଲେ ବି ସେଥିରେ ଯେଉଁ ଫଟୋ ଦେଇଛନ୍ତି ତାହା ଅନେକ କଥା କହୁଛି । ଏହି ଫଟୋରେ ସେ ଲାଜେଇ ଯାଇ ଅର୍ଜୁନ କପୁରଙ୍କ ହାତ ଧରି ପଛରେ ଠିଆ ହୋଇଛନ୍ତି ।
ଉଲ୍ଲେଖନୀୟ, ୨୦୧୭ରେ ମଲ୍ଲାଇକା ଅରୋରା ଓ ଅରବାଜ ଖାନ୍‌ଙ୍କର ଛାଡ଼ପତ୍ର ହୋଇଥିଲା । ତା’ ଆଗରୁ ଅଭିନେତା ଅର୍ଜୁନ କପୁରଙ୍କ ସହ ମଲ୍ଲାଇକା ଅରୋରାଙ୍କର ଆଫେଆରକୁ ନେଇ ଚର୍ଚ୍ଚା ହେଉଥିଲା ।
ତେବେ ଉଭଯଙ୍କ ସମ୍ପର୍କ ପାଖାକପାଖି ତିନିବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲୁ ନାହାନ୍ତି | ଦୁହେଁ ନିଜ ନିଜ ସମ୍ପର୍କକୁ ନେଇ ବେଶୀ ଗୁରୁତ୍ୱ ଦେଉଛନ୍ତି | ତେବେ ବାକି ରହିଲା ଏହି ଦୁଇ ଯୋଡି କେବେ ଏକାଠି ହେବେ ଏବଂ ବିବାହ କରିବେ |