OnaKhabar

୭ ଜିଲ୍ଲାରେ ବର୍ଷା ସହ ଘଡଘଡି, ସର୍ତକ କଲା ପାଣିପାଗ ବିଭାଗ

48

ଭୁବନେଶ୍ୱର: ରାଜ୍ୟରେ ଆଜି ମୈାସୁମୀ ଓ ଲଘୁଚାପ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହେବାର ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ସୂଚନାନୁସାରେ, ନୂଆପଡ଼ା, ବଲାଙ୍ଗୀର , କଳାହାଣ୍ଡି ,କନ୍ଧମାଳ ,ରାୟଗଡ଼ା ,ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଆଶଙ୍କା ଥିବାରୁ ଅପରାହ୍ନ ୫ଟା ଯାଏଁ ସତର୍କ ରହିବାକୁ କୁହାଯାଇଛି । ଏହି ସମୟରେ ଘରୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ତେବେ ଝଡବର୍ଷା ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଉଛି ।

https://www.onakhabar.com/2019/06/bike-accident/