OnaKhabar

ବେକାରୀ ଯୁବକଙ୍କ ପାଇଁ ଉଦାହରଣ ପାଲଟିଲେ ପ୍ରଭାକର, ଚାକିରିକୁ ଅପେକ୍ଷା ନ କରି କଲେ ତୁଳସୀ ଚାଷ ….

64

ପିପିଲି: ବେକାରୀ ଯୁବକଙ୍କ ପାଇଁ ଉଦାହରଣ ପାଲଟିଲେ ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ଜମାଲପୁରର ପ୍ରଭାକର ନାୟକ । ଚାକିରିକୁ ଅପେକ୍ଷା ନ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା ଲାଗି ତୁଳସୀ ଗଛ ଲଗାଇ ଆଜି ସେ ଉତ୍ତମ ଆୟ କରୁଥିବାର ଜଣାପଡିଛି । ତେବେ ସେ କେବଳ ଏହାର ଫାଇଦା ନେଉଛନ୍ତି ତାହା ନୁହେଁ ବରଂ ତାଙ୍କ ସହ ସେ ୧୫ଜଣଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜନ କରି ଖୁବ ଭଲ ଆୟ କରୁଥିବାର ସୂଚନା ମିଳିଛି ।
ସୂଚନାନୁଯାୟୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲାଗି ତୁଳସୀ ପତ୍ର ଅଭାବ ହେଉଥିବାରୁ ଏହାକୁ ଲକ୍ଷ୍ୟ ରଖି ପ୍ରଭାକର ଆଗକୁ ଆସିଥିଲେ ଏବଂ ଏହାର ବାଟ କାଢିବାକୁ ଯାଇ ନିଜେ ୨୦ ବର୍ଷ ହେବ ତୁଳସୀ ଗଛ ଲଗାଇବା ଆରମ୍ଭ କରିଥିଲେ । ଏଥିସହ ପ୍ରତ୍ୟେକ ଦିନ ଶ୍ରୀ ଜଗନ୍ନାଥଙ୍କ ନିକଟକୁ ଏହି ତୁଳସୀ ପତ୍ର ପଠାଇଥିଲେ । ତେବେ ଦିନକୁ ପ୍ରାୟ ୨ ହଜାରରୁ ଅଧିକ ଟଙ୍କା ସେ ଆୟ କରୁଥିବାର ସୂଚନା ମିଳୁଛି । ସେ ପ୍ରାୟ ୩ ଏକର ଜମିରେ ତୁଳସୀ ଲଗାଇବା ସହ ୧୫ଜଣଙ୍କୁ ଏହି କାର୍ଯ୍ୟରେ ନିୟୋଜନ କରିଛନ୍ତି । ସେମାନେ ମଧ୍ୟ ଏଥିରେ ନିୟୋଜନ ହୋଇ ଖୁବ ଭଲ ଆୟ କରିଥିବା ଜଣାପଡିଛି ।

https://www.onakhabar.com/2019/06/mustard-oil-tank-accident/